Home ଓଡ଼ିଶା ଅଟୋରେ ପ୍ରସବ କଲେ ମହିଳା, ଡାକ୍ତରଖାନା ପରିସରରେ ଉତ୍ତେଜନା

ଅଟୋରେ ପ୍ରସବ କଲେ ମହିଳା, ଡାକ୍ତରଖାନା ପରିସରରେ ଉତ୍ତେଜନା

316

ଭଦ୍ରକ,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ଭଦ୍ରକ ସହରରେ । ଭଦ୍ରକ ସହରର ପୁରୁଣା ବଜାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଜଣେ ପ୍ରସୂତୀ ଅଟୋ ଭିତରେ ପ୍ରସବ କରିଛନ୍ତି ।ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚିସାରିଥିଲେ , ହେଲେ ଅଟୋରୁ ଓହ୍ଲାଇ ପାରିନଥିଲେ , ଆଉ ଏହି ସମୟରେ ନବଜାତ ଶିଶୁ ମାତୃ ଗର୍ଭରୁ ବାହାରି ଆସି ସେହି ଅଟୋରେ ପଡିଗଲା  ।

ପ୍ରସୂତୀଙ୍କ ସହ ଆସିଥିବା ଲୋକେ ଯାଇ ଡ୍ୟୁଟିରେ ଥିବା ନର୍ସକୁ ଡାକିଥିଲେ , ତବେ ନର୍ସ ଆସି ନଥିବା ଲୋକେ ଅଭିଯୋଗ କରିଛନ୍ତି । ନବଜାତ ଶିଶୁ ଓ ମାଆକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ନର୍ସ ଜଣଙ୍କ କହିଥିଲେ ।
ଏହି ଘଟଣାକୁ ନେଇ ପୁରୁଣା ବଜାର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତେଜନା ଦେଖାଦେଇଥିଲା । ଶେଷରେ ଆଟେଣ୍ଡାଂଟ ଆସି ନବଜାତ ଶିଶୁକୁ ଡାକ୍ତରଖାନାକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.