Home ଓଡ଼ିଶା ଜମି ବାଡି କଳହ ପାଇଁ ହତ୍ୟାକାଣ୍ଡ

ଜମି ବାଡି କଳହ ପାଇଁ ହତ୍ୟାକାଣ୍ଡ

146

ଯାଜପୁର, ୩୧/୧୦, (ଓଡ଼ିଆ ପୁଅ/ପି ନାୟକ) : ଗତକାଲି ଯାଜପୁର ସଦର ଥାନା ଅନ୍ତର୍ଗତ ମିରପଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ତେବେ ଜମିବାଡ଼ିକଳହକୁ କେନ୍ଦ୍ର କରି ଉକ୍ତ ଗାଁ ରେ ଆଦିକନ୍ଦ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଅଭିଯୋଗ ଅନୁସାରେ, ଆଦିକନ୍ଦ ବିଶ୍ୱାଳ ନିଜ ସାଇକେଲ ଦ୍ୱାରା ଘରକୁ ଆସୁଥିବା ସମୟରେ ୪ରୁ୫ ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସେମାନେ ଆଦିକନ୍ଦ ଙ୍କୁ ଏକ କୁରାାଢ଼ୀ ସାହାଯ୍ୟରେ ହତ୍ୟା କରିଥିବା ପୋଲିସ କହିଛି। ଜମିବାାଡ଼ିକୁ ନେଇ ପୂର୍ବରୁ ଥିବା ଶତ୍ରୁତା ପାଇଁ ଏସବୁ ହୋଇଛି ବୋଲି କୁହାଯାଉଛି। ଗତକାଲି ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.