Home ଓଡ଼ିଶା ଆସନ୍ତା ସପ୍ତାହରୁ କେମୋ ଥେରାପି

ଆସନ୍ତା ସପ୍ତାହରୁ କେମୋ ଥେରାପି

205

ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆସନ୍ତା ସପ୍ତାହରେ ସଦରମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବ କେମୋ ଥେରାପି। ଜିଲା ମୁଖ୍ୟ ଚିକିତ୍ସାଳୟର କର୍କଟ ରୋଗୀଙ୍କୁ କେମୋ ଥେରାପି ସେବା ପୁନଃ ଆରମ୍ଭ କରିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହର ପ୍ରଥମ ତିନି ଦିନ ତଥା ସୋମ, ମଙ୍ଗଳ, ଓ ବୁଧବାର ଦିନ ଏହି କେମୋ ଥେରାପି ଦିଆଯିବ। ଏଥି ନିମନ୍ତେ ଜଣେ ଡ଼ାକ୍ତର ଓ ଦୁଇ ଜଣ ନର୍ସଙ୍କୁ ନିୟୋଜିତ କରାଯାଇଛି। ବର୍ତମାନ ସଦର ମୁଖ୍ୟ ଚିକିତ୍ସାଳୟରେ ୬ଶର୍ଯ୍ୟା ବିଶିଷ୍ଟ କେମୋ ଥେରାପି କକ୍ଷ ରହିଛି। ସେଠାରେ କର୍କଟ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ଜିଲ୍ଲାରେ ୮୦୧ ଜଣ ମୁଖ କର୍କଟ ରୋଗୀ, ୩୦୫ ଜଣ ସ୍ତନ କର୍କଟ ରୋଗୀ ଚିହ୍ନଟ କରାଯାଇଥିଲା। ଡ଼ା ଯଶସ୍ୱୀ ଦାଶଙ୍କ ତତ୍ୱବଧାନରେ କେମୋ ଥେରାପି ସେବା ଆରମ୍ଭ ହେବ। ଗତବର୍ଷ ପୁରୀ ଜିଲ୍ଲାର ମୋଟ ୨୩୦ ଜଣ କର୍କଟ ରୋଗୀଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟରେ ଚିକିତ୍ସା ପ୍ରଦାନ କରାଯାଇଛି। ଏଥି ନିମନ୍ତେ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଖର୍ଚ୍ଚ ବହନ କରାଯାଇଛି। ସେହିପରି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ୧୪୩୦ ଜଣଙ୍କୁ କାଉନସେଲିଂ କରାଯାଇଥିବା ବେଳେ ୫୧ ଜଣଙ୍କୁ ନିକୋଟିନ୍ ରିପ୍ଳେମେଂଟ ଥେରାପି ଚିକିତ୍ସା ଦିଆଯାଇଛି। ତମାଖୁ ବର୍ଜନ ନିମନ୍ତେ ୨୫ ଆଲୋଚନାଚକ୍ର ଓ ୫ ସଚେତନତା ଶିବିର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.