Home ଓଡ଼ିଶା ବିବାଦୀୟ ଜମିରେ ଚାଲିଛି ମଣ୍ଡପ ନିର୍ମାଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ମଠ ମହନ୍ତ

ବିବାଦୀୟ ଜମିରେ ଚାଲିଛି ମଣ୍ଡପ ନିର୍ମାଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ମଠ ମହନ୍ତ

97

ପୁରୀ, ୩୦/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ମହନ୍ତ ଓ ତାଙ୍କ ପୁଅ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନେଇ ବଡ଼ଶଙ୍ଖ ଦେବୀ ମଣ୍ଡପ ଅଞ୍ଚଳରେ ରହୁଥିବା ହରିହର ଦାସ ଅଭିଯୋଗ କରିଛନ୍ତି। ଏହି ବିବାଦୀୟ ଜମିକୁ ନେଇ ଶ୍ରୀ ଦାସ ହାଇକୋର୍ଟରେ ଗତ ୨୦୧୧ରେ ଆବେଦନ କରିଥିଲେ। ଏହା ବିଚାର କରି ମାନ୍ୟବର ହାଇକୋର୍ଟ ଉକ୍ତ ଜମିରେ ରହିତା ଆଦେଶ ଜାରି କରିଥିଲେ। ରହିତା ଆଦେଶକୁ ଅବମାନନା କରାଯାଇ ସେଠାରେ ମଣ୍ଡପ ନିର୍ମାଣ କରାଯାଉଛି। ଅଭିଯୋଗକାରୀ ଶ୍ରୀ ଦାସଙ୍କ ବାଡ଼ିରେ ବାଲି ଓ ଗୋଡ଼ି ରଖିଥିବା ନେଇ ହରିହର ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଶ୍ରୀଦାସ କୁମ୍ଭାରପଡ଼ା ଥାନାରେ ଲଖିତ ଅଭିଯୋଗ ଜଣାଇଛନ୍ତି। ମାତ୍ର ପୋଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଡ଼ବ୍ଲୁପିସି ୩୧୫୧୯/୨୦୧୧ରେ ହରିହର ଦାସଙ୍କ ଆବେଦନକୁ ବିଚାରକୁ ନେଇ ହାଇକୋର୍ଟ ନିର୍ବାଣୀ ଆଖଡ଼ା ଜମିରେ ରହିତାଦେଶ ଜାରି କରିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେଙ୍କ ନାମରେ ରେକର୍ଡ଼ଭୁକ୍ତ ହୋଇଥିବା ଜମି ପ୍ଲଟ ନମ୍ବର ୯୬୯, ଖାତାନମ୍ବର ୩୯୨ରେ ମହନ୍ତଙ୍କ ପୁଅ ଶ୍ରୀଦାସ ବେଆଇନ ଭାବେ ଏକ ମଣ୍ଡପ ନିର୍ମାଣ କରୁଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ କୁମ୍ଭାରପଡ଼ା ଥାନାକୁ ଗତ ସେପ୍ଟେମ୍ବର ୨୧ ତାରିଖରେ ଅବଗତ କରିଥିଲେ ତୁରନ୍ତ ପଦକ୍ଷେପ ନେବାକୁ ମନ୍ଦିର ପ୍ରଶାସନ କୁମ୍ଭାରପଡ଼ା ଥାନାକୁ ଲିଖିତ ଜଣାଇଥିଲେ। ବ୍ୟବସାୟୀକ ଲକ୍ଷ୍ୟ ରଖି ମହାପ୍ରଭୁଙ୍କ ନାମରେ ରେକର୍ଡ଼ ଭୁକ୍ତ ହୋଇଥିବା ଜମିରେ ମଣ୍ଡପ ନିର୍ମାଣ କରାଯାଉଥିବାରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ଚିଠିରେ ଉଲ୍ଲେଖ କରିଥିଲେ। ମାନ୍ୟବର ହାଇକୋର୍ଟଙ୍କ ରହିତା ଆଦେଶ ଓ ମନ୍ଦିର ପ୍ରଶାସନର ତାଗିତକୁ ଖାତିର ନକରି ମଣ୍ଡପ ନିର୍ମାଣ କରାଯାଉଥିବା ଯୋଗୁ କୁମ୍ଭାରପଡ଼ା ଥାନା ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମଣ୍ଡପ ନିର୍ମାଣକୁ ବନ୍ଦ କରିବାକୁ ଶ୍ରୀ ଦାସ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.