Home ଓଡ଼ିଶା ଜମିବାଡି ରେ ଗାଇଗୋରୁ ଚରୁଛନ୍ତି ଚାଷୀକୁଳ ହତାଶ

ଜମିବାଡି ରେ ଗାଇଗୋରୁ ଚରୁଛନ୍ତି ଚାଷୀକୁଳ ହତାଶ

137

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୭-ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ବର୍ଷାର ଏତେ ଅଭାବ ଯେ ଜମିବାଡି ସବୁ ଶୁଖି ଗଲାଣି । ଲୋକେ ଧାନ ରୁଆ ବେଉସା କାମ କରିପାରୁ ନାହାନ୍ତି । ଶେଷରେ ଚାଷୀମାନେ ନିରାଶ ହୋଇ ଜମିବାଡିରେ ଗାଇ ଛାଡି ଦେଉଛନ୍ତି । ମହାମାରୀ କରୋନା ଯୋଗୁଁ କାମଧନ୍ଦା ନ ପାଇ ଚାଷକାମ ହୋଇ ନ ପାରିବାରୁ ଚାଷୀମାନେ ହତାଶ ହୋଇ ପଡୁଥିବା ଦେଖିବାକୁ ମିଳିଛି । ମନରେଗା ଯୋଜନାରେ କାମ ବି ମିଳୁନି । ଧାନ ରୋଇବା ପାଇଁ ପକାଇଥିବା ଧାନତଳି ମଧ୍ୟ ଶୁଖିଗଲାଣି । ରଣପୁର ଅଂଚଳରେ ଜଳସେଚନର ଘୋର ଅଭାବ ।

ଯେଉଁଠି ଉଠା ଜଳସେଚନ ଥିଲା ଅନେକ ଯାଗାରେ ଅକାମୀ ହୋଇ ପଡିଛି । ଲୋକମାନେ ପମ୍ପ ମାଧ୍ୟମରେ ଯାହାକିଛି ଧାନ ତଳି ରୋଇଥିଲେ ତାହାବି ମରିବାକୁ ବସିଲାଣି । କୃଷକ ମାନଙ୍କର ବୀମା ଯୋଜନା ସମ୍ପର୍କରେ କୃଷି କର୍ମଚାରୀମାନେ ନିଜେ ବି ନୂତନ ନୀତି ନିୟମ ଜାଣିିନାହାନ୍ତି । ସେମାନେ ଲୋକମାନଙ୍କୁ ବୁଝାଇବେ କଣ । ଏହିଭଳି ଦୋ ଛକିରେ ଚାଷୀ । ଚାଷୀମାନଙ୍କର ସମସ୍ୟା ଦୂର କରିବା ପାଇଁ କୃଷି ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚାଷୀମାନେ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.