Home ଜିଲ୍ଲା ପରିକ୍ରମା କରୋନାକୁ ହରାଇଲେ ସାମ୍ବାଦିକ

କରୋନାକୁ ହରାଇଲେ ସାମ୍ବାଦିକ

264

ନୟାଗଡ଼, ୨୫ା୭: :(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର କରୋନା ଯୋଦ୍ଧା ସାମ୍ବାଦିକ ଉତ୍ପଳ କୁମାର ସାହୁ କରୋନା ଯୁଦ୍ଧରେ ବିଜୟ ଲାଭ କରି ଘରକୁ ଫେରିଛନ୍ତି। ତାଙ୍କ ଫେରିବା ବାଟକୁ ଚାର୍ହି ରହିଥିବା ନୟାଗଡ଼ର ସାମ୍ବାଦିକ, ଶୁଭେଚ୍ଛୁ ଓ ତାଙ୍କର ସାଥୀ ସହୋଦର ମାନେ ତାଙ୍କୁ ପାଇ ନିଜର ଖୁସି ପ୍ରକଟ କରିଛନ୍ତି। ଜୟଗୁରୁରେ ଦୀକ୍ଷୀତ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଶ୍ରୀତ ଉତ୍ପଳ ମଧ୍ୟ ତାଙ୍କର ଶୁଭ ମନାସୁଥିବା ବନ୍ଧୁମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି ା ସେ କେମିତି କରୋନା ଆକ୍ରାନ୍ତରେ ପିଡ଼ୀତ ହୋଇ ୫ଦିନ କୋଭିଡ ହସପିଟାଲରେ ରହିଲେ ସମସ୍ତଙ୍କ ପାଖରେ ନିଜର ଅଭିଜ୍ଞତାକୁ ବଖାଣିଛନ୍ତି। ସେ କହିଛନ୍ତି ଗତ ୯ତାରିଖରେ ତାଙ୍କୁ ଜ୍ୱର ହେଲା। ଥଣ୍ଡା, କାଶ, ସର୍ଦ୍ଦି, ନିଶ୍ୱାସରେ କଷ୍ଟ ହେବା ସହ ତଂଟି କୁଣ୍ଡେଇ ହେଲା। ଥଣ୍ଡା ଔଷଧ ସହ ଆଂଟିବାଓଟିକ୍ ପଥ୍ୟ ଅନୁସାରେ ଖାଇଲା ପରେ ଜ୍ୱର ଭଲ ହୋଇଗଲା। ହେଲେ ଆଗରୁ ଦେଇଥିବା ସ୍ୱାବ ପରୀକ୍ଷା ମୁତାବକ ତାଙ୍କର କରୋନା ପଜିଟିଭ୍ ବୋଲି ରିପୋର୍ଟ ଆସିଲା। ସରକାରୀ ନିୟମ ଅନୁସାରେ ତାଙ୍କୁ କୋଭିଡ୍ ହସପିଟାଲ ଚାନ୍ଦପୁର ଯିବାକୁ ପଡ଼ିଲା। ଠାକୁରଙ୍କ ପାଖରେ ଭରଷା, ବିଶ୍ୱାସ ଓ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସେବା ଓ ଯତ୍ନରେ ସେ ନିଜକୁ ସୁସ୍ଥତା ପାଇଥିବା ସହ ମୋର ଶୁଭଚିନ୍ତକଙ୍କ କୃପା କେବେ ଭୁଳିବାର ନୁହେଁ ବୋଲି କହିଥିଲେ ଉତ୍ପଳ। ଗୋଟିଏ କୋଠରୀରେ ରହି କଟକଣା ଭିତରେ ଅନ୍ୟ ସମଦଶା ଭୋଗ କରୁଥିବା ସାଥୀମାନଙ୍କ ସହ ସମୟ ବିତାଇବା ଯେତିକି ଆତ୍ମ ସନ୍ତୋଷ ଥିଲା ସୁସ୍ଥ ହୋଇ ଘରକୁ ଫେରିବା ପରେ କିଛି ଲୋକମାନଙ୍କର ସମବେଦନା ପରିବର୍ତ୍ତେ ଘୃଣ୍ୟ ଭାବର ଇଂଗିତ ବେଶୀ କଷ୍ଟ ଦାୟକ ବୋଲି ଉତ୍ପଳଙ୍କ କୋହଭରା କଣ୍ଠରେ ବିରାଜୁ ଥିଲା। ତେବେ ରୋଗକୁ ଘୃଣା କର ପଛେ କିନ୍ତୁ ତାଙ୍କ ପରିବାରକୁ ନୁହେଁ ବୋଲି ନୟାଗଡ଼ର ଯୁବସାମ୍ବାଦିକ ଉତ୍ପଳ କ୍ଷୋଭର ସହ କହିଥିଲେ। ଆଇସୋଲେସନରେ ରହି ସମୟ ବିତାଉଥିବା ଉତ୍ପଳ କହନ୍ତି କରୋନା ଠାରୁ ଆଉ ବିପଦ କିଛି ନାହିଁ। ତେଣୁ ବାହାରକୁ ନବାହାରି ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.