Home ଓଡ଼ିଶା ରଣପୁର ଏନ୍‌.ଏ.ସି ରେ ତୈଳଚିତ୍ର ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ରଣପୁର ଏନ୍‌.ଏ.ସି ରେ ତୈଳଚିତ୍ର ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

81

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୭-ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପରେ ସହରାଂଚଳ ସୌନ୍ଦର୍ଯ୍ୟକରଣ ଯୋଜନାରେ ରଣପୁର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍ ଜୋର୍ ରେ ଆଗେଇଥିବା ଜଣା ପଡିଛି । ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଚୀର, ବାଘ ସାମନ୍ତ ଖେଳ ପଡିଆ ପ୍ରାଚୀର, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଚୀର ରେ ତୈଳଚିତ୍ର ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କରାଯାଉଅଛି । ରଣପୁର ଏକ ଐତିହ୍ୟ ସମ୍ପନ୍ନ ଗଡଜାତ ଅଂଚଳ ଭାବେ ପରିଚିତ । ରଣପୁର ର କଳା, ସଂସ୍କୃତି ସାରା ଓଡିଶାରେ ବିଶେଷ ଭାବରେ ପିରିଚିତ । ରଣପୁର ଗଡଜାତ ଅମଳରୁ ମା ମଣିନାଗ, ମା ଖିଲାମୁଣ୍ଡା, ମା ଅସୁର କୁମାରୀ, ନରେନ୍ଦ୍ର ପୁଷ୍କରିଣୀ, ରାଜବାଟି ର କିମ୍ବଦନ୍ତୀ ଅନେକ । ରଣପୁର କୁ ସୁନ୍ଦର କରି ଗଢି ତୋଳିବାରେ ରାଜା ରାଜୁଡା ଅମଳରୁ ଏହି ଅଂଚଳର ପ୍ରାଧାନ୍ୟ ରହିଅଛି । ସ୍ୱାଧିନତା ସମୟର ପ୍ରଜା ଆନ୍ଦୋଳନରେ ବ୍ରିଟିଶ୍ ସରକାରଙ୍କ ରାଜନୈତିକ ପ୍ରତିନିଧି ବେଜେଲ୍ ଗେଟ୍ କୁ ଠେଙ୍ଗାରେ ପିଟି ମାରିଥିବା ଘଟଣା ଏବେବି ଲୋକ ମାନସରୁ ହଜିନାହିଁ ।

ଶହିଦ୍ ରଘୁ-ଦିବାକରଙ୍କର ଫାଶୀ ଘଟଣା ଏବେବି ଜନ ମାନସକୁ ଆନ୍ଦୋଳିତ କରୁଛି । ଏ ସବୁର ଘଟଣାବଳୀ ତୈଳ ଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇଅଛି । ତା ସହିତ କରୋନା ମହାମାରୀ ସଚେତନତା ଠାରୁ ଆରମ୍ଭ କରି ରଣପୁର ର କ୍ରୀଡା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ ଘଟଣାବଳୀ ମଧ୍ୟ ଏହି ତୈଳଚିତ୍ର ମାଧ୍ୟମରେ ସ୍ଥାନିତ ହୋଇଅଛି । ଯାହାକୁ ଦେଖିଲେ ଆମେ ରଣପୁରିଆ ଏହି ଗର୍ବ ଅନୁଭବ କରୁଛନ୍ତି ଯୁବ ସମାଜ । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସି ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସହରାଂଚଳ ସୌନ୍ଦର୍ଯ୍ୟକରଣ ଯୋଜନାରେ ୩ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଏହି ତୈଳ ଚିତ୍ର ଗୁଡିକ କରାଯାଉଅଛି । ଯାହା ଦ୍ୱାରାକି ରଣପୁର ର ଇତିହାସ, ଐତିହ୍ୟ, କଳା, ସଂସ୍କୃତ. କ୍ରୀଡା, ଶିକ୍ଷା ଓ ସ୍ୱାସ୍ଥ୍ୟ ର ଉନ୍ନତୀକରଣ ସମ୍ଭବ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.