Home ଜିଲ୍ଲା ପରିକ୍ରମା ଜମିବାଡି ବିବାଦ; ଭାଉଜ ତଣ୍ଟିଚିପିଲା ସମ୍ପର୍କୀୟ ଦିଅର; ଭାଉଜ ଗୁରୁତର

ଜମିବାଡି ବିବାଦ; ଭାଉଜ ତଣ୍ଟିଚିପିଲା ସମ୍ପର୍କୀୟ ଦିଅର; ଭାଉଜ ଗୁରୁତର

115

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଥଇଳା ଗ୍ରାମର ଜଗବନ୍ଧୁ ସାହୁଙ୍କ ପତ୍ନୀ କଳ୍ପନା(୩୮) ଗୁରୁବାର ସମ୍ପର୍କୀୟ ଦିଅର ପ୍ରହ୍ଲାଦ ଓରଫ କାଳିଆ ଓ ପ୍ରଫୁଲ୍ଲ ଓରଫ ନଣ୍ଡା ଆକ୍ରମଣରେ ଗୁରୁତର ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ପ୍ରହ୍ଲାଦ ଓ ପ୍ରଫୁଲ୍ଲ ଥଇଳା ଗ୍ରାମରେ ବସବାସ କରାଇନଦେବା ଲକ୍ଷ୍ୟରେ ବହୁଦିନ ଧରି ଜଗବନ୍ଧୁ ସହ ବିବାଦ ଲଗାଇ ଆସୁଥିଲେ । ନିଜ ନିଜର ଘରଡିହ ପରିସୀମା ମାପଚୁପ କରିବାକୁ ବୁଧବାର ସମସ୍ତ ପକ୍ଷ ସହମତ ହୋଇଥିଲେ । ମାତ୍ର ସମାଧାନ କରିନଦେବା ଉଦ୍ଦେଶ୍ୟରେ ଥିବା ଉଭୟ ପ୍ରହ୍ଲାଦ ଓ ପ୍ରଫୁଲ୍ଲ ଗୁରୁବାର ଦିନ ପ୍ରାୟ ୨.୩୦ ମି. ସମୟରେ ଜଗବନ୍ଧୁ ସହ ଝଗଡା କରି ମାଡମାରିବାକୁ ଉଦ୍ୟମ କରିଥିଲେ । ଜଗବନ୍ଧୁ ଉପରେ ଆକ୍ରମଣ କରିବା ସମୟରେ ପତ୍ନୀ କଳ୍ପନା ସମ୍ମୁଖକୁ ଆସିଯିବାରୁ କଳ୍ପନାକୁ ଉଭୟ ପ୍ରହ୍ଲାଦ ଓ ପ୍ରଫୁଲ୍ଲ ମିଶି ମାଡ ମାରିବା ସହ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ତଣ୍ଟି ଚିପିଦେଇଥିଲେ । ସଂଜ୍ଞାହୀନ କଳ୍ପନାକୁ ପରିବାର ଲୋକେ ପ୍ରଥମେ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ କଳ୍ପନାକୁ ଭଦ୍ରକ ମେଡିକାଲକୁ ପଠାଇ ଦିଆଯାଇଥିଲା । ମାତ୍ର ସଂଜ୍ଞା ଫେରୁନଥିବାରୁ କଳ୍ପନାକୁ କଟକ ପଠାଇ ଦିଆଯାଇଥିବା ଜଣାଯାଇଛି । ପ୍ରହ୍ଲାଦ ଥଇଳା ଦୁଃଖେଶ୍ୱର ମହାଦେବ ମନ୍ଦିର ନିକଟରେ ପାନ ଦୋକାନ କରିବା ସହ ନିୟମିତ ଭାବେ ମାଦକଦ୍ରବ୍ୟ ବିକ୍ରୟ କରୁଥିବା ଗ୍ରାମବାସୀମାନେ ପ୍ରକାଶ କରନ୍ତି । ପ୍ରଫୁଲ୍ଲ ପୈତୃକ ସମ୍ପତ୍ତି ବିକ୍ରି କରିଦେବା ସହ ଜଗବନ୍ଧୁଙ୍‌କ ସମ୍ପତ୍ତି ଉପରେ ଲୋଲୁପ ଦୃଷ୍ଟି ପକାଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.