Home ଜିଲ୍ଲା ପରିକ୍ରମା ଜଗନ୍ନାଥ ସ୍ମାରକୀ ରାତ୍ରକାଳୀନ କ୍ରିକେଟ; ହଣ୍ଟର ଏକାଦଶ ଚାମ୍ପିଅନ

ଜଗନ୍ନାଥ ସ୍ମାରକୀ ରାତ୍ରକାଳୀନ କ୍ରିକେଟ; ହଣ୍ଟର ଏକାଦଶ ଚାମ୍ପିଅନ

61

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ବୋଧପଡା ଗ୍ରାମରେ ଆୟୋଜିତ ଜଗନ୍ନାଥ ସ୍ମାରକୀ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକ ହଣ୍ଟର ଏକାଦଶ ଚାମ୍ପିଅନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଷୋହଳଟି ଦଳ ଅଂଶଗ୍ରହଣ କରିଥିଲେ । ଧାମନଗର ତାଳପଦା ଦଳ ଓ ଭଦ୍ରକ ହଣ୍ଟର ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ହଣ୍ଟର ଏକାଦଶ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲା । ତାଳପଦା ଦଳ ପ୍ରଥମେ ବ୍ୟାଟିଂ କରି ଛଅ ଓଭରରେ ଛଅଟି ଉଇକେଟ ହରାଇ ୮୩ ରନ ସଂଗ୍ରହ କରିଥିଲା । ହଣ୍ଟର ଏକାଦଶ ୫.୩ ଓଭର ଖେଳି ଏକ ଉଇକେଟ ବିନିମୟରେ ୮୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ହଣ୍ଟର ଏକାଦଶର ଆକାଶ ପାତ୍ର ମ୍ୟାନ ଅଫ ଦି ସିରିଜ ଓ ଫୁକୁଲ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ । ଖେଳ ଶେଷରେ ବିଜେପି ନେତା ବଦ୍ରୀନାରାୟଣ ଧଳ ଓ ଅମୂଲ୍ୟ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଓ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଲଲାଟେନ୍ଦୁ ସାମଲଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଟୁର୍ଣର୍ାମେଣ୍ଟ ପରିଚାଳନାରେ ପ୍ରତୀକ ସାମଲ, ପ୍ରତାପ ସାମଲ, କମଳାକାନ୍ତ ଜେନା, ଅଜୟ ରାଉତ, ପରମେଶ୍ୱର ରାଉତ, ପ୍ରତାପ ଜେନା, ଯୋଗେନ୍ଦ୍ର ରାଉତ, ସୁଶାନ୍ତ ସାମଲ, ରାଜେଶ ରଣା, ସୁବଳ ଶଙ୍ଖୁଆ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.