Home ଓଡ଼ିଶା ଜମିବାଡିକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ଜମିବାଡିକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

425

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୪-ନୟାଗଡ ଜିଲ୍ଲା ରଣପୁର ଥାନାରେ ଏପ୍ରିଲ୍ ୧୧ ତାରିଖ ସକାଳୁ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୋଗ ପାଇ ୩ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ଘଟଣାରୁ ପ୍ରକାଶ ରଣପୁର ଥାନା ଗୋପାଳପୁର ବଘେଇ ଛକ ନିକଟରେ ଥିବା ଏକ ଜମିବାଡିକୁ କେନ୍ଦ୍ର କରି ଏପ୍ରିଲ୍ ୯ ତାରିଖ ଦିନ ବୁଢାଲିଙ୍ଗ ସାହିର ଯୋଗୀ ବାରିକଙ୍କ ଓ ବଘେଇ ସାହିର ନଟିଆ ସାହୁଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ନଟିଆ ସାହୁ ଏବଂ ତାଙ୍କ ଦୁଇ ପୁଅ ଯୋଗୀ ବାରିକର ଗୁପ୍ତାଙ୍ଗକୁ ଗୋଇଠା ମାରିିବା ସହ ମାଡପିଟ୍ କରିଥିଲେ ।

୧୦ତାରିଖ ଦିନ ଦିନ ୨ଟା ସମୟରେ ଯୋଗୀ ବାରିକଙ୍କ ଯନ୍ତ୍ରଣା ବଢିବାରୁ ତାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ରାତି ୩ଘଟିକା ସମୟରେ ଯୋଗୀ ବାରିକଙ୍କ ମୃତ୍ୟୁ ଘଟିଥିଲା । ଯୋଗୀ ବାରିକଙ୍କ ପୁଅ ସନ୍ତୋଷ ବାରିକ ହତ୍ୟା ଅଭିଯୋଗ ଆଣି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ୍ ଶବ ଜବତ କରିବା ପରେ ପୋଷ୍ଟମର୍ଟମ୍ କରି ତାଙ୍କ ପୁଅଙ୍କୁ ଶବ ହସ୍ତାନ୍ତର କରିଥିବା ଜଣା ପଡିଛି । ପୋଲିସ୍ ପଚରା ଉଚୁରା ଜାରି ରଖିଥିଲେ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.