Home ଜିଲ୍ଲା ପରିକ୍ରମା ଜମିଜମା ମାମଲାକୁ ନେଇ ସଂଘବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୩ ଗୁରୁତର

ଜମିଜମା ମାମଲାକୁ ନେଇ ସଂଘବଦ୍ଧ ଆକ୍ରମଣ ଗୋଟିଏ ପରିବାରର ୩ ଗୁରୁତର

149

ବାଲେଶ୍ୱର, ୨୧ା୭(ଓଡ଼ିଆ ପୁଅ/ଅଭୟ ଦାସ): ଜମିବାଡ଼ି ମକଦମାକୁ ନେଇ ପୂର୍ବ ଶତ୍ରୁତାରୁ ତାଳପଦା ଗ୍ରାମର ଗୋଟିଏ ପରିବାର ଉପରେ ହୋଇଥିବା ସଂଘବଦ୍ଧ ଅକ୍ରମଣରେ ଗୁରୁତର ମାଆ-ପୁଅ ସମେତ ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି ସଂଧ୍ୟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ପୁଲିସ ଠାବ କରି ପାରିନଥିବା ଜଣାପଡ଼ିଛି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ତାଳପଦାପାହି ଅଞ୍ଚଳର ଅନାଦି ଗୋଚ୍ଛାୟତଙ୍କ ପୁତ୍ର ବିଜୟ କୁମାର ଗୋଚ୍ଛାୟତ(୨୪) ଆଜି ସକାଳେ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହିଗ୍ରାମର ପଦିଆ ଦାସଙ୍କ ପୁତ୍ର ଧୀରେନ୍ଦ୍ର ଦାସ, ଉପେନ୍ଦ୍ର ଦାସଙ୍କ ପୁତ୍ର ପର୍ଶୁରାମ ଦାସ, କୈଳାସ ଦାସଙ୍କ ପୁତ୍ର।ଡ଼େଶ୍ୱର ଦାସ, ଶ୍ରୀକାନ୍ତ ମଳିକଙ୍କ ପୁତ୍ର କାର୍ତ୍ତିକ ମଳିକ ଓ ସେମାନଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଏ ଜମିରେ କାହିଁକି କାମ କରୁଛୁ ବୋଲି ପଚାରିଥିଲେ। ବିଜୟର ଉତ୍ତରକୁ ଅପେକ୍ଷା ନ କରି ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଖଣ୍ଡା, ଭୁଜାଲି ଓ ଠେଙ୍ଗା ପ୍ରଭୃତି ମାରଣାସ୍ତ୍ରରେ ତାଙ୍କୁ ନିସ୍ତୁକ୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଗଣ୍ଡୋଗଳ ସମ୍ପର୍କରେ ଖବର ପାଇ ବିଜୟଙ୍କ ମାଆ ଶଶିବାଳା ଗୋଚ୍ଛାୟତ, ସାନଭାଇ ବିପୁଲ ଗୋଚ୍ଛାୟତ ଓ ଦୀପକ ଗୋଚ୍ଛାୟତଙ୍କ ସମେତ ଉମାରାଣୀ ଗୋଚ୍ଛାୟତ ଓ ମାନସୀ ଗୋଚ୍ଛୟତ ସେଠାରେ ପହଞ୍ଚିବାରୁ ସେମାନଙ୍କୁ ବି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି। ଖବର ପାଇ ପଡ଼ୋଶୀମାନେ ବିଲରେ ପହଞ୍ଚି ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଗୋପାଳପୁର ଡାକ୍ତରଖାନା ଓ ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ଅଦାଲତରେ ଚାଲିଥିବା ଜମିବାଡ଼ି ମାମଲାରେ ହାରିବା କାରଣରୁ ଦୁର୍ବୃତ୍ତମାନେ ଅସହିଷ୍ଣୁ ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗକାରୀ ବିଜୟ ପ୍ରକାଶ କରିଛି। ଏନେଇ ସେ ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.