Home ଜିଲ୍ଲା ପରିକ୍ରମା ଜମିଜମା ବିବାଦ ନେଇ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ

ଜମିଜମା ବିବାଦ ନେଇ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ

151

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିରେ ଚାଲିଛି ତାଲିବାନି ଶାସନ, ଭୁଶୁଡି ପଡିଛି ଆଇନ୍ ବ୍ୟବସ୍ଥା । ଚାନ୍ଦବାଲି ସଦର ବଜାରରେ ଜମିଜମା ବିବାଦକୁ ନେଇ ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରତିପକ୍ଷ ଅଭିଯୁକ୍ତମାନେ ସହରରେ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରି ଥାନା ଆଗରେ ଫୋପାଡି ଦେଇ ଚାଲିଯାଇଥିଲେ । ଏହାର ଲାଇଫ୍ ଭିଜୁଆଲ ଲାଗିଛି ଆମ ହାତରେ ଅତି ନିର୍ମମ ଭାବରେ ୪ ରୁ ୫ ଜଣ ଅଭିଯୁକ୍ତମାନେ ସହର ମଧ୍ୟରେ ଦିବାଲୋକରେ ଆକ୍ରମଣ କରି ଦିଲ୍ଲୀପକୁ ଥାନା ଆଗରେ ଫୋପାଡି ଦେଇ ଚାଲିଯାଇଥିଲେ । ଥାନା ନିକଟରୁ ପୁଲିସ୍ ଦିଲ୍ଲୀପକୁ ମୁର୍ମୁଶ ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଦିଲ୍ଲିପୀଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ତାଙ୍କୁ ମଧ୍ୟ ଥାନାରେ ଅଟକ ରଖିଥିଲା ପୁଲିସ୍ ବୋଲି ଦିଲ୍ଲୀପର ସ୍ତ୍ରୀ ଅଭିଯୋଗ କରିଛି । ଚାନ୍ଦବାଲି ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ଓ ଅଭିଯୁକ୍ତମାନଙ୍କୁ ପୁଲିସ୍ ସୁରକ୍ଷା ପ୍ରଦାନ କରୁଥିବାରୁ ଏହି ଘଟଣାରେ ଅଭିଯୁକ୍ତମାନେ ଏଭଳି କାଣ୍ଡ କଲେ ବୋଲି ଅଭିଯୋଗକାରିଣୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.