Home ଓଡ଼ିଶା ଜବର ଦଖଲ ଉଚ୍ଛେଦ ରେ ବିଳମ୍ବ ଯୋଗୁଁ ପୁଷ୍କରିଣୀ ଜଳ ପାଲଟିଲାଣି ଜହର

ଜବର ଦଖଲ ଉଚ୍ଛେଦ ରେ ବିଳମ୍ବ ଯୋଗୁଁ ପୁଷ୍କରିଣୀ ଜଳ ପାଲଟିଲାଣି ଜହର

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୧୧-  ରାଜ୍ୟ ସରକାର ଜଳ କୁ ଜୀବନ ସହିତ ତୁଳନା କରି ଯୋଜନା କରିଛନ୍ତି ଜଳ ହିଁ ଜୀବନ ।  କିନ୍ତୁ  ଅନେକ ସ୍ଥାନ ରେ ପ୍ରଶାସନିକ ଅବହେଳା ଯୋଗୁଁ ଜଳ ଜହର ପାଲଟି ଯାଉଛି ।  ସାଧାରଣ ଲୋକେ ଭୟଭୀତ ହୋଇପଡୁଛନ୍ତି ।  ସେଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ ନଂ ୱାର୍ଡ ରେ । ୨ ନଂ ୱାର୍ଡ ରେ ରାଜ ରାଜୁଡା ଅମଳରୁ ସାନଫାସି ପୁଷ୍କରିଣୀ  ରହିଅଛି । ଏହା ରଣପୁର ରୁ ରାଜସୁନାଖଳା ରାସ୍ତା ର ବାମ ପାଖରେ ଅବସ୍ଥିତ । ସାନଫାସି ପୁଷ୍କରିଣୀ ଉପରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ୨ ନଂ ଓ ୩ ନଂ ୱାର୍ଡ ସହିତ ରାସ୍ତା ରେ ଯାତାୟତ କରୁଥିବା ଲୋକମାନେ ସ୍ନାନ କରିଥାନ୍ତି । ଏହି ପୁଷ୍କରିଣୀ ଏକ ଜଙ୍ଗଲ ର ଭ୍ରମସୃଷ୍ଟି କରି ଜଳ ଜହର ପାଲଟି ଯାଇଥିବା ଅଭିଯୋଗ ହେଉଛି । ଯାହାଫଳ ରେ ଲୋକମାନେ ସ୍ନାନ କଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ରେ  ଆକ୍ରାନ୍ତ ହେଉଛନ୍ତି । ରଣପୁର ବିଜ୍ଞାପିତ ଅଂଚଳ ଘୋଷଣା ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ସାନଫାସି ପୁଷ୍କରିଣୀ ର ପୁର୍ନଉଦ୍ଧାର ହୋଇପାରୁନାହିଁ ।  ସାନଫାସି ପୁଷ୍କରିଣୀ ହୁଡାରେ କିଛି ଲୋକ ଜବର ଦଖଲ କରି ଘର କରି ରହିଛନ୍ତି ଓ ଅନ୍ୟ କିଛି ଲୋକ ପୋଖରୀ ହୁଡା ରେ ପାଇଖାନା ଟାଙ୍କି ଓ ପାଇଖାନା ଘର ନିର୍ମାଣ କରିଛନ୍ତି । ୨୦୧୮-୧୯ ମସିହାରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଉନ୍ନୟନ ପାଣ୍ଠି ରୁ ୭ ଲକ୍ଷ ଟଙ୍କା  ବ୍ୟୟ ବରାଦ ହୋଇ ଟେଣ୍ଡର ହୋଇଥିଲା ।

ଠିକାଦାର ଟେଣ୍ଡର ପାଇ କାର୍ଯ୍ୟାଦେଶ ପାଇଥିଲେ ସୁଦ୍ଧା ଜବର ଦଖଲ ଉଚ୍ଛେଦ ନ ହେବାରୁ ୩ ବର୍ଷ ହେଲା କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଜବର ଦଖଲ ଉଚ୍ଛେଦ ପାଇଁ  ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ରୁ ରଣପୁର ତହସିଲ କାର୍ଯ୍ୟାଳୟ କୁ ଦୁଇ ଦୁଇ ଥର ଚିଠି ହୋଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଜବର ଦଖଲ ଉଚ୍ଛେଦ  ହୋଇପାରି ନଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ ।  ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଳ ମିଶ୍ର ଙ୍କୁ  ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ଏବେ ନୂଆ କରି କାର୍ଯ୍ୟଭାର ଗ୍ରହଣ କରିଛି । ଦେଖୁଛି କିପରି ଜବର ଦଖଲ ଉଚ୍ଛେଦ ହେବ ।  ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ତହସିଲ ତରଫରୁ ଅର୍ଦ୍ଧେକ ଜାଗା ମାପଚୁପ ସରିଛି । ଜବର ଦଖଲ କରିଥିବା ଭୂମିହୀନ ଲୋକମାନଙ୍କୁ ଅନ୍ୟତ୍ର ଭୂମି ସହ ଆବାସ ଯୋଜନା ଦିଆଯାଇଛି । ସେମାନେ ଏକ ମାସ ସମୟ ମାଗିଛନ୍ତି ।  ଆଉ ଅଂଶ ମାପଚୁପ ହୋଇପାରିନାହିଁ । ପାଇଖାନା ଓ ଟାଙ୍କି କରିଥିବା ଲୋକମାନଙ୍କ ଜବର ଦଖଲ କୁ ଭଙ୍ଗା ଗଲା ପରେ ପୁଷ୍କରିଣୀ  ରୁ ପାଣି କାଟି କାର୍ଯ୍ୟ ଆରମ୍ଭ କରାଯିବ । ଅପର ପକ୍ଷେ ପୁଷ୍କରିଣୀ ଉପରେ ନିର୍ଭର କରୁଥିବା ୱାର୍ଡ  ବାସିନ୍ଦା ମାନେ ତୁରନ୍ତ ସମ୍ପୁର୍ଣ୍ଣ ଜବର ଦଖଲ ଉଚ୍ଛେଦ କରି ପୁଷ୍କରିଣୀ ପୁର୍ନଉର୍ଦ୍ଧାର କରିବା ସହ ପରିତ୍ୟକ୍ତ ଜହର ଜଳ ରୁ ଲୋକ ମାନଙ୍କୁ ମୁକ୍ତି କରିବା ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.