Home Top News ଅନ୍ୟ ଜାତିରେ ବିବାହ କରିବାରୁ ୨୫ ବର୍ଷର ଝିଅକୁ ପ୍ରଥମେ ବଳାତ୍କାର ଏବଂ ପରେ ହତ୍ୟା...

ଅନ୍ୟ ଜାତିରେ ବିବାହ କରିବାରୁ ୨୫ ବର୍ଷର ଝିଅକୁ ପ୍ରଥମେ ବଳାତ୍କାର ଏବଂ ପରେ ହତ୍ୟା କଲା ବାପା, ଭାଇ ଦେଲା ସାଥି

130

ଭୋପାଳ ୧୭-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଏପରି ଏକ ନୃଶଂସ ବାପାର କାହାଣୀ ଆସିଛି। ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ଝିଅକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ହତ୍ୟା ଷଡଯନ୍ତ୍ରରେ ତାଙ୍କ ୨୩ ବର୍ଷର ପୁଅକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଏକ ଖବର ଅନୁଯାୟୀ, ମଧ୍ୟପ୍ରଦେଶ ପୋଲିସ କହିଛି ଯେ ୫୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ପୁଅ ଏବଂ ବଡ ଝିଅକୁ କହିଥିଲେ ଯେ ସେ ଅନ୍ୟ ଜାତିର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ସେ ଉଭୟଙ୍କର ଭଉଣୀ ଅର୍ଥାତ ନିଜ ଝିଅକୁ ହତ୍ୟା କରିଛନ୍ତି। କିନ୍ତୁ ସେ ତାକୁ ମାରିବା ପୂର୍ବରୁ ବଳାତ୍କାର କରିଥିବା କଥା କହି ନଥିଲେ। ହତ୍ୟା ଷଡଯନ୍ତ୍ର ପାଇଁ ପୁଅକୁ ମଧ୍ୟ ପୋଲିସ୍‌ ଗିରଫ କରିଛି।

ଘଟଣାଟି ଏହିପରି ନିମୋନିଆ କାରଣରୁ ନିଜ ଶିଶୁର ମୃତ୍ୟୁକୁ ନେଇ ଦୁଃଖ ଭାଙ୍ଗିପଡ଼ିଥିବା ୨୫ ବର୍ଷ ବୟସ୍କା ମହିଳା (ମୃତ ଏବଂ ବାପା ଦ୍ୱାରା ଦୁଷ୍କର୍ମ ପୀଡ଼ିତା)କୁ ତା’ ପିତାଙ୍କ ଦ୍ୱାରା ପ୍ରଥମେ ରେପ୍‌ ଏବଂ ପରେ ହତ୍ୟା କରାଯାଇଥିଲା। ଏହାର ମୁଖ୍ୟ କାରଣ ଥିଲା ମହିଳା ଜଣକ ଅନ୍ୟ ଜାତିର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଏଥିରେ ପିତା ରାଗି ଯାଇଥିଲେ।

ଦେଢ଼ ବର୍ଷ ପୂର୍ବରୁ ଅନ୍ୟ ଜାତିରେ ବିବାହ କରିଥିବା ମହିଳାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ସେ ଶିଶୁ ପୁତ୍ରକୁ ନେଇ ଦୀପାବଳି ମନେଇବା ପାଇଁ ଭୋପାଳ ସ୍ଥିତ ବଡ଼ ଭଉଣୀ ଘରକୁ ଆସିଥିଲେ। ମହିଳାଙ୍କ ସ୍ୱାମୀ ଅନ୍ୟ ସହରରେ ଟେଣ୍ଟ ହାଉସ୍‌ରେ କାମ କରନ୍ତି। ଇତି ମଧ୍ୟରେ କିନ୍ତୁ ବିବାହିତା ଝିଅର ଶିଶୁ ପୁତ୍ରର ନିମୋନିଆଁ କାରଣରୁ ମୃତ୍ୟୁ ହୋଇଯାଏ। ତାହା ପୁଣି ବଡ଼ ଭଉଣୀ ଘରେ। ମହିଳା ଜଣକ ଏହା ତା’ ସ୍ୱାମୀଙ୍କୁ ଜଣାଇନଥିଲେ। କାଳେ ସେ ଏଥିରେ ଭାଙ୍ଗି ପଡ଼ିବେ ବୋଲି। ପରବର୍ତ୍ତୀ ସମୟରେ ବଡ଼ ଭଉଣୀ ତାଙ୍କର ବାପାଙ୍କୁ ଡାକନ୍ତି। ତେବେ ତାଙ୍କ ବାପା ତାଙ୍କ ଝିଅକୁ ସହର ସ୍ଥିତ ଜଙ୍ଗଲକୁ ନେଇଥିଲେ ମୃତ ଶିଶୁକୁ କବର ଦେବା ପାଇଁ। ଏହା ଥିଲା ନଭେମ୍ବର ୫ ତାରିଖର ଘଟଣା। ସାଥିରେ ଥିଲା ୨୩ ବର୍ଷର ସାନ ଭାଇ।

ଦୁଷ୍କର୍ମ କରି ହତ୍ୟା କରିଥିଲା ବାପା ବୋଲି ଭୋପାଳ ନଗର ପୋଲିସ ଅଧୀକ୍ଷକ ଉମେଶ ତିୱାରୀ ଗଣମାଧ୍ୟମକୁ କହିଛନ୍ତି। ହତ୍ୟାପରେ ସେମାନେ ଶବକୁ ଜଙ୍ଗଲରେ ଛାଡ଼ିଦେଇଥିଲେ।

ନଅ ଦିନ ପରେ, ନଭେମ୍ବର ୧୪ ରେ, ଜଙ୍ଗଲ ଗାର୍ଡ଼ ପୋଲିସକୁ ମୃତଦେହ ବିଷୟରେ ଖବର ଦେଇଥିଲା।

ପ୍ରାରମ୍ଭରେ ପୋଲିସ କର୍ମଚାରୀମାନେ ଏହାକୁ କେବଳ ହତ୍ୟା ମାମଲା ବୋଲି ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ପରେ ଯେତେବେଳେ ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ସେତେବେଳେ ଜଣାପଡିଥିଲା ଯେ ଗଳା ଦବାଇ ହତ୍ୟା କରିବା ପୂର୍ବରୁ ତାଙ୍କୁ ବଳାତ୍କାର କରାଯାଇଥିଲା।

ଏହି ମାମଲାରେ ୫୫ ବର୍ଷିୟ ବ୍ୟକ୍ତିକୁ ହତ୍ୟା ଏବଂ ବଳାତ୍କାର ମାମଲାରେ ଗିରଫ କରାଯାଇଛି। ହତ୍ୟା ଷଡଯନ୍ତ୍ରରେ ତାଙ୍କ ୨୩ ବର୍ଷର ପୁଅକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଅଭିଯୁକ୍ତ ତା’ ଝିଅକୁ ହତ୍ୟା କରିବା ନେଇ ଆଗୁଆ ଯୋଜନା କରିଥିଲା। ଏଥିପାଇଁ ସେ ହତ୍ୟା ବିଷୟରେ ପୁଅକୁ କହିଥିଲା। ପରଦିନ ଦୁହେଁ ତାଙ୍କ ବଡ଼ ଝିଅକୁ ମଧ୍ୟ କହିଥିଲେ ଯେ, ସେ ତାଙ୍କ ଭଉଣୀକୁ ହତ୍ୟା କରିଛନ୍ତି।

ପୋଲିସ ଅଧିକାରୀ ଉମେଶ ତିୱାରୀଙ୍କ କହିବାନୁସାରେ, “ପଚରାଉଚରା ବେଳେ ବାପା କହିଥିଲା ଯେ ସେ ତାଙ୍କ ଝିଅକୁ ହତ୍ୟା କରିବାର ସୁଯୋଗ ଖୋଜୁଥିଲା ଏବଂ ଯେତେବେଳେ ସେ ତାଙ୍କ ସହିତ ଯୋଗାଯୋଗ କରିଥିଲା, ସେତେବେଳେ ସେ ତା’ କ୍ରୋଧକୁ ନିୟନ୍ତ୍ରଣ କରିପାରୁନଥିଲା। ସେ କହିଛି ଯେ, ଗ୍ରାମବାସୀ ତାଙ୍କୁ ପରିହାସ କରୁଥିଲେ ଏବଂ ଅନେକ ସମ୍ପର୍କୀୟ ତାଙ୍କ ଝିଅର ଅନ୍ୟ ଜାତିରେ ବିବାହ ହେତୁ ତାଙ୍କ ପରିବାରକୁ ନିମନ୍ତ୍ରଣ କରିବା ବନ୍ଦ କରିଦେଇଥିଲେ।

ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଶଜାପୁର ଜିଲ୍ଲାର ଶୁଜାଲପୁର ଅଞ୍ଚଳରେ ରହୁଥିଲେ। ଅକ୍ଟୋବର ୨୦ ରେ, ସେ ତା’ ପୁଅ ସହିତ ଭୋପାଳର ବଡ ଭଉଣୀଙ୍କ ଘରକୁ ଦିପାବଳୀ ପାଳନ କରିବାକୁ ଆସିଥିଲା। କାରଣ ତା’ ସ୍ୱାମୀ ଛତିଶଗଡର ରାଜଧାନୀ ରାୟପୁରରେ କିଛି ସମୟ ରହିବାକୁ ଯାଉଥିଲେ। ସେ ଏକ ଟେଣ୍ଟ ହାଉସ୍‌ରେ କାମ କରୁଥିଲେ।

ଏହି ଗସ୍ତ ସମୟରେ ତାଙ୍କ ପୁଅ ନିମୋନିଆରେ ମୃତ୍ୟୁ ବରଣ କରିଥିଲା। ସେ ନିଜ ସ୍ୱାମୀଙ୍କୁ ସେମାନଙ୍କ ସନ୍ତାନର ମୃତ୍ୟୁ ବିଷୟରେ କହି ନଥିଲେ। ତାଙ୍କ ବଡ଼ ଭଉଣୀ ଭୋପାଳର ପାଖରେ ଥିବା ସେହୋର ଜିଲ୍ଲାରେ ରହୁଥିବା ତାଙ୍କ ପିତା ଏବଂ ଭାଇଙ୍କୁ ଡାକିଥିଲେ।

ଅନ୍ୟ ଜାତିରେ ବିବାହ ପରେ ମହିଳାଙ୍କ ସହ ଥିବା ସମସ୍ତ ସମ୍ପର୍କ ଭାଙ୍ଗିଥିବା ବାପା ଆସି ଶିଶୁଟିର ଶବକୁ କବର ଦେବାକୁ କହିଥିଲେ। ଶିଶୁର ଶବକୁ କବର ଦେବା ପାଇଁ ବାପା ଓ ଭାଇ ଉକ୍ତ ମହିଳାଙ୍କୁ ଜଙ୍ଗଲକୁ ନେଇ ଯାଇଥିଲେ ବୋଲି ପୋଲିସ୍‌ କହିଛି।

ପୋଲିସ୍‌ କହିଛିଯେ, ବ୍ୟକ୍ତି ଜଣକ ତାଙ୍କ ପୁଅକୁ ଜଙ୍ଗଲ ବାହାରେ ମୋଟରସାଇକେଲ ଜଗିବାକୁ କହିଥିଲେ ଏବଂ ତାଙ୍କ ଝିଅକୁ ଜଙ୍ଗଲକୁ ନେଇ ଯାଇଥିଲେ। ସେ ତାଙ୍କ ଜାତି ବାହାରେ ବିବାହ କରିବାର ନିଷ୍ପତ୍ତି ବିଷୟରେ କହିବା ଆରମ୍ଭ କଲେ। କିନ୍ତୁ ତାଙ୍କ ଝିଅ ଗୋଟିଏ ପଦ ମଧ୍ୟ କହି ନଥିଲା। ପୋଲିସ୍ କହିଛି ଯେ ସେ ନିଜର ନିୟନ୍ତ୍ରଣ ହରାଇ ନିଜ ଝିଅକୁ ପିଟିବା ଆରମ୍ଭ କରିଥିଲା। ପରେ ସେ ତା’ ଗଳା ଦବାଇ ହତ୍ୟା କରିବା ପୂର୍ବରୁ ବଳାତ୍କାର କରିଥିଲା।

ପୋଲିସ୍‌ କହିଛି ଯେ, ବଳାତ୍କାର ବିଷୟରେ ପୁଅ ଏବଂ ତାଙ୍କ ବଡ଼ ଭଉଣୀ ଜାଣି ନାହାଁନ୍ତି।

ସୋମବାର ମହିଳାଙ୍କ ପତ୍ନୀଙ୍କ ହତ୍ୟା ବିଷୟରେ ପୋଲିସ ତା ସ୍ୱାମୀଙ୍କୁ ଜଣାଇଥିଲା। ମହିଳାଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିଲା ବୋଲି ଏତେ ଘଟଣା ବିଷୟରେ ତାଙ୍କ ସ୍ୱାମୀ ଜାଣିପାରିନଥିଲେ। କେବଳ ତାଙ୍କ ସ୍ତ୍ରୀ ଅନ୍ୟ କାହାର ଫୋନ୍ ବ୍ୟବହାର କରି ଦୀପାବଳିରେ କଥା ହୋଇଥିଲେ।

ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତିଯେ, ଦେଢ଼ ବର୍ଷ ପୂର୍ବରୁ ସେମାନେ ବିବାହ କରିଥିଲେ। ତାଙ୍କ ପିତା ଏକ ମିଥ୍ୟା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ନିଖୋଜ ହୋଇଛନ୍ତି ବୋଲି। କିନ୍ତୁ ଆମେ ବିବାହିତ ବୋଲି ପୋଲିସକୁ ସୂଚନା ଦେଇଥିଲୁ। ତା’ପରେ ତାଙ୍କ ବାପା କହିଥିଲେଯେ, ଯଦି ତାଙ୍କ ଘରକୁ ଫେରିଆସନ୍ତି ତେବେ ତାଙ୍କ ଝିଅକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.