Home Top News ମୋଦୀଙ୍କୁ ଗାଳି, ମୋଦୀଙ୍କ ଅପମାନ୍ ଗ୍ରହଣୀୟ! ସର୍ତ୍ତ ଲାଗୁ ..

ମୋଦୀଙ୍କୁ ଗାଳି, ମୋଦୀଙ୍କ ଅପମାନ୍ ଗ୍ରହଣୀୟ! ସର୍ତ୍ତ ଲାଗୁ ..

124

ଭୁବନେଶ୍ୱର: ମୋଦୀଙ୍କୁ ଗାଳି, ମୋଦୀଙ୍କ ଅପମାନ୍, ମୋଦୀଙ୍କ ଉଦ୍ଦେଶ୍ୟରେ ଯେତେପାର ସେତେ କଟୁ ତଥା ଅଶୋଭନୀୟ ମନ୍ତବ୍ୟ ସବୁ ଚଳିବ। ଏଥିପାଇଁ ନିରାପଦ ସ୍ଥାନ ହେଲା ଓଡ଼ିଶା। କିନ୍ତୁ, ଏଥିପାଇଁ ଏକ ସର୍ତ୍ତ ଲାଗୁ ଅଛି। ଦିଗବିଜୟ ସିଂ ହୁଅନ୍ତୁ କି ଶଶୀ ଥରୁର ହୁଅନ୍ତୁ ଅବା ଓବେସୀ ବ୍ରଦର୍ସ ହୁଅନ୍ତୁ, ଏପରି କିଛି ନେତା ଅଛନ୍ତି ଯେଉଁମାନେ କି ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଅଶୋଭନୀୟ ବା ଅପଶବ୍ଦ ବ୍ୟବହାର କରିଥାଆନ୍ତି। ଏଥିନେଇ ବିଭିନ୍ନ ସମୟରେ କିଛି ନେତାଙ୍କ ନାମରେ ମାମଲା ରୃଜୁ ହେବାର ନଜିର ମଧ୍ୟ ରହିଛି। ଏପରିକି ପଶ୍ଚିମବଙ୍ଗ, କେରଳ ପରି ବିଜେପିର ପ୍ରଭାବ ନଥିବା ରାଜ୍ୟରେ ମଧ୍ୟ ମୋଦିଙ୍କ ବିରୋଧରେ କେହି ସେପରି ଅଶୋଭନୀୟ ମନ୍ତବ୍ୟ ଦେଲେ କିମ୍ୱା ଅପଶବ୍ଦ ବ୍ୟବହାର କଲେ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା କିମ୍ବା କହିଥିବା ବ୍ୟକ୍ତି ବିରୋଧରେ ମାମଲା ରୃଜୁ କରାଯିବାର ସମ୍ଭାବନା ରହିଛି। କିନ୍ତୁ, ଓଡ଼ିଶା କଥା ଭିର୍ଣ୍ଣ। ଓଡ଼ିଶାରେ ମୋଦୀଙ୍କ ଉଦ୍ଦେଶରେ କେହି ଯେତେ ବି ଅଶୋଭନୀୟ ଟିପ୍ପଣୀ ଦେଲେ, ଅପଶବ୍ଦ ବ୍ୟବହାର କଲେ, ମୋଦିଙ୍କୁ ଯେତେ ବି ଗାଳି କଲେ ମଧ୍ୟ ଟେନ୍ସନ ନେବାର ନାହିଁ। ବାସ୍, ସର୍ତ୍ତ ହେଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣଗାନ କରିବାର ଅଛି। ଧର୍ମେନ୍ଦ୍ରଙ୍କ ପ୍ରଶଂସା କରି ମୋଦିଙ୍କୁ ଯେତେ ଗାଳି କଲେ ସୁଧା ଓଡ଼ିଶା ବିଜେପିରେ କେହି କିଛି କହିବେନି!
ଏହା ଠିକ୍ ଭାବରେ ବୁଝିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଥିବା ବେଳେ ତେଣେ ମୋଦିଙ୍କୁ ଅନର୍ଗଳ ଗାଳି କରୁଛନ୍ତି ସୁର। ବିଜେପି, ମୋଦି ଏବଂ ଅମିତ ଶାହାଙ୍କୁ ଭିଭିନ୍ନ ସମୟରେ ଗାଳି କରି ହା .. ଥୁ .. କହି ଛେପ ପକାଉଛନ୍ତି ସୁର ରାଉତରାୟ। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସିଧାସଳଖ ଭାବରେ ଅନେକ ଗୁଡ଼ିଏ ଅରୁଚିକର ମନ୍ତବ୍ୟ ଦେଇ ଗାଳି କରୁଛନ୍ତି ସୁର। ମୋଦିଙ୍କ ଉଦ୍ଦେଶ୍ୟରେ ତୁ .. ତା .. କରି ଛୋଟ ପ୍ରଧାନମନ୍ତ୍ରୀ, ଅଲାଜୁକ ପ୍ରଧାନମନ୍ତ୍ରୀ, ମିନ୍ ମାଇଣ୍ଡ ପ୍ରଧାନମନ୍ତ୍ରୀ ଚିନି, ଚାମଚ ଘାଣ୍ଟି ଚା’ ଦେବା ଲୋକ, ହାତରୁ ବିଣ୍ଡି ଯାଇନି, ଏଡ଼େ ଛୋଟ ଲୋକ ତୁ .. କ’ଣ କରିଛୁ ବେ ଭାରତ ପାଇଁ? ତୋର ଦାନ କ’ଣ ବେ? ଚା’ ବିକିବା ଲୋକ ତୁ? ହଇରେ ଚା’ ଦୋକାନୀ, କୃତଘ୍ନ, ଦେଶଦ୍ରୋହୀ, ଆବେ କୋଉ ଲୋକ ତୁ ବେ.. ଛୋଟ ଲୋକଟା ତୁ ବେ.. ପିଅନଠୁ ହୀନ.. ଏପରି କେତେ କ’ଣ ଗାଳି ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସୁର ରାଉତରାୟ। ସୁର ଏପରି ମନ୍ତବ୍ୟ ଦେବା ପରେ ପରେ ସେହି ଜଟଣୀ ଅଞ୍ଚଳର ବିଜେପି ନେତା ଯାଇ ସୁର ରାଉତରାୟଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅବଶ୍ୟ ଜଟଣୀ ଅଞ୍ଚଳର ଜଣେ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ସୁରଙ୍କ ବିରୋଧରେ ଜଟଣୀ ଥାନାରେ ଏକ ମାମଲା ରୃଜୁ କରିଥିଲେ। ବାସ୍ ସେତିକି। ରାଜ୍ୟ ବିଜେପିର ଅନ୍ୟ କୌଣସି ନେତାନେତ୍ରୀ ତାଙ୍କ ନେତା, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସୁରଙ୍କ ଏପରି ମନ୍ତବ୍ୟକୁ ନିନ୍ଦାକରି ପଦଟିଏ ବି କିଛି କହିଲେନି! ମଝିରେ ସଂଘ ପରିବାର ତଥା ବିଜେପିର ଆଦର୍ଶ ସ୍ୱତନ୍ତ୍ରବୀର ସାବରକରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ସୁର। କିନ୍ତୁ, ଓଡ଼ିଶା ବିଜେପି ନୀରବ। ଏବେ ପୁଣି କଙ୍ଗନା ରଣାୱତଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଙ୍ଗନାଙ୍କ ଆପତ୍ତିଜନକ ସଂପର୍କ କଥା କହି ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ସୁର। ତଥାପି ଓଡ଼ିଶା ବିଜେପି ଚୁପ୍! କେହି ଗୋଟେ ବି ପଦଟିଏ କହିଲେନି!
ଏଠି ସୁର ରାଉତରାୟଙ୍କ ବିରୋଧରେ ଓଡ଼ିଶା ବିଜେପି ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିବ ବା କେମିତି? ଓଡ଼ିଶାରେ ତ’ ବିଜେପି ମାନେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର ମାନେ ବିଜେପି! ଏଠି ଆରଏସଏସ, ବିଜେପି, ସାବରକର, ମୋଦି, ଶାହାଙ୍କୁ ଗାଳି କଲେ ଚଳିବ। କିନ୍ତୁ ସର୍ତ୍ତ: ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିବାର ଅଛି। ସୁର ତ’ ସେୟା କରୁଛନ୍ତି। ଆରଏସଏସ, ବିଜେପି, ସାବରକର, ମୋଦି, ଶାହାଙ୍କୁ ଗାଳି କରୁଛନ୍ତି ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କୁ ବଡ଼ ଆନନ୍ଦ ଲାଗୁଛି। ପଚାରିଲେ କେହି କେହି କହୁଛନ୍ତି, ସୁରଙ୍କ କଥାକୁ ସେମାନେ ଗୁରୁତ୍ୱ ଦେଉନାହାଁନ୍ତି। ତେଣୁ ସେମାନେ କିଛି ପ୍ରତିକ୍ରିୟା ଦେଉନାହାଁନ୍ତି। କିନ୍ତୁ, ସେଇମାନେ, ପୁଣି ସେହି ସୁର ରାଉତରାୟଙ୍କ ଭିଡିଓରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ରହିଥିବା ପ୍ରଶଂସା ତକକୁ ସାଉଁଟି (କଟିଂ କରି) ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବଡ଼ ଆନନ୍ଦ ପାଉଛନ୍ତି। ବାସ୍ତବରେ ଓଡ଼ିଶା ବିଜେପିକୁ ଚାଟୁକାରିତା ଏତେ ମାତ୍ରାରେ ଗ୍ରାସ କରିଛି ଯେ ଏମାନେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାରୀ କରିବାକୁ ଯାଇ ଏମାନଙ୍କ ନେତା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପମାନକୁ ହଜମ୍ କରିଯାଉଛନ୍ତି! ଯେଉଁମାନେ ବା ଏସବୁ ହଜମ୍ କରିପାରୁ ନାହାଁନ୍ତି, ସେମାନଙ୍କ ପାଖରେ ପ୍ରଶ୍ନ କରିବାର କିମ୍ୱା ପ୍ରତିିିବାଦ କରିବାର ସ୍ୱର ଲିଭି ଯାଇଛି।
/-DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.