Home କୋରାପୁଟ ଜବର ଦଖଲ ଉଚ୍ଛେଦବେଳେ ଉତେଜନା ; ପୂଜାରିପୁଟରେ ବାକି ରହିଥିବ ଜବରଦଖଲ ଉଛେଦ କରାଯିବ

ଜବର ଦଖଲ ଉଚ୍ଛେଦବେଳେ ଉତେଜନା ; ପୂଜାରିପୁଟରେ ବାକି ରହିଥିବ ଜବରଦଖଲ ଉଛେଦ କରାଯିବ

89

କୋରାପୁଟ ; ତା୧୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରର ଭାଣ୍ଡି ସାହିରେ ଆଜି ଜବର ଦଖଲ ଉଚ୍ଛେଦ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉୁତେଜନା ପ୍ରକାଶ ପାଇଥିଲା । ଜବର ଦଖଲରେ ଥିବା ଜମି ଛାଡିବାକୁ ପ୍ରଶାସନ ଦେଇଥିବା ଡେଡ୍ ଲାଇନ ଶେଷ ହୋଇତିବାରୁ ପୌର କର୍ତୂପକ୍ଷ ଶୁକ୍ରବାର ପୂର୍ବାହ୍ନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକ ନିକଟରୁ ଉଚ୍ଛେଦ ଆରମ୍ଭ କରିଥିଲା । ପୌର ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ,ପୂର୍ତ ବିଭାଗ ନିର୍ବାହି ଯଂନ୍ତ୍ରୀ ଇଂ.କିଶୋର ଚନ୍ଦ୍ର ନନ୍ଦ ଏବଂ ।ଅତିରିକ୍ତ ତହସିଲଦାର ଏସ.ଜେନାଙ୍କ ଉପସ୍ଥିତିରେ ମେସିନ ଲଗାଇ ଉଚ୍ଚେଦ ଚାଲିଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜାଗା ମପାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଆରମ୍ଭ ହେଲା ବେଳକୁ ପୁଲିସ ପହଂଚି କାବୁ କରି ନେଇଥିଲା । ଉଭୟ ପକ୍ଷର ୪ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣା ପଡିଛି । କୋରାପୁଟ ମେଡିକାଲ କଲେଜକୁ ସଂଯୋଗ କରୁଥିବା ସହରର ୪ଟି ରାସ୍ତାର ପ୍ରଶସ୍ତିକରଣ ପାଇଁ ଜିଲା ପ୍ରଶାସନ କରୁଥିବା ଜବର ଦଖଲ ଉଛେଦକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ସ୍ୱାଗତ କରିଛନ୍ତି । ଡିଏନକେ ଛକଠାରୁ ବାଳିକା ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପୂଜାରିପୁଟରେ ବାକିରହିଥିବା ଜବର ଦଖଲ ଉଛେଦ କରାଯିବ ବୋଲି ଜଣାପଡିଛି ।ସହରର ପୂଜାରିପୁଟ ଏକ ପ୍ରମୁଖ ସାହି ହୋଇଥିବା ବେଳେ ସହରର ବିଭିନ୍ନ ଅଂଚଲରୁ ଶତାଧିକ ଲୋକ ଜବରଦଖଲ ଉଛେଦ ସମୟରେ ଉପସ୍ଥିତ ରହିଥିବା ଦେକାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.