Home ଜିଲ୍ଲା ପରିକ୍ରମା ଜବରଦଖଲ ଯୋଗୁଁ ସରକାରୀ ଡେରାଘର ସଂସ୍କୃତି ଲୋପ ପାଉଛି, ଉଦ୍ଧାର ପାଇଁ ଦାବୀ  

ଜବରଦଖଲ ଯୋଗୁଁ ସରକାରୀ ଡେରାଘର ସଂସ୍କୃତି ଲୋପ ପାଉଛି, ଉଦ୍ଧାର ପାଇଁ ଦାବୀ  

41

କଳାହାଣ୍ଡି-୨୭.୧୨.୨୦୨୦ ଗଡଜାତ ସମୟରେ ରାଜସ୍ୱ ଆଦାୟ କିମ୍ବା ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟ ପାଇଁ ବିଭିନ୍ନ ଗ୍ରାମକୁ ତତ୍କାଳୀନ ପ୍ରଶାସନିକ ପଦାଧିଧିକାରୀ ମାନେ ଦୌରା ରେ ଯାଊଥିବା ବେଳେ ଯେଉଁ ଘରେ ଡେରା ପକାଉଥିଲେ ସେହି ଘରକୁ ଡେରାଘର ଆଖ୍ୟା ଦିଆଯାଇଥିବା ପ୍ରକାଶ । ସ୍ୱାଧିନତା ପରେ ମଧ୍ୟ ସେହି ଘରସବୁ ଡେରାଘର ଆଖ୍ୟା ଦିଆଯାଇ ବନ୍ଦୋବସ୍ତ ରେ ସରକାରୀ ଖାତାରେ ଡେରାଘର ବୋଲି ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରାଯାଇଥିବା ପ୍ରକାଶ । ପରବର୍ତୀ ପର୍ଯ୍ୟାୟରେ ଏହି ଡେରାଘରେ ସରକାରୀ ପଦାଧରକାରୀ, ରାଜସ୍ୱ ଅଧରକାରୀ ମାନେ ମଧ୍ୟ କ୍ୟାମ୍ପ କରି ସରକାରୀ ରାଜସ୍ୱ ଆଦାୟ କରିଆସୁଥିଲେ । ସମୟକ୍ରମେ ରାଜସ୍ୱ ସର୍କଲ ସବୁ ଛୋଟ ଛୋଟ ହୋଇଯାଇଥିବା ହେତୁ ଏବଂ ଅନଲାଇନ ବ୍ୟବସ୍ଥା ହୋଇଯାଇଥିବା ହେତୁ ଏବେ ସରକାରୀ ବାବୁ ମାନଙ୍କ କ୍ୟାମ୍ପ ପ୍ରାୟତଃ ଆବଶ୍ୟକ ପଡୁନଥିବା ବେଳେ ସେହି ଡେରାଘର ଗୁଡିକ ଜବରଦଖଲ ହୋଇଯାଉଥିବା ଅଭିଯୋଗ ହେଉଛି ।
ଅନେକ କ୍ଷେତ୍ରରେ ସଂପୃକ୍ତ ଆରଆଇ ମାନଙ୍କ ଜାଣତରେ କିମ୍ବା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କ ଇଶାରାରେ କିଛି ପ୍ରଭାବଶାଳୀ ନ୍ୟସ୍ତସ୍ୱାର୍ଥବାଦୀ ବ୍ୟକ୍ତି ସେହିଡେରାଘରଗୁଡିକୁ ମାଡିବସିଥିବା ଅଭିଯୋଗ ହେଉଛି । ସେହି ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଭୟରେ କେହି ପାଟିଫିଟାଉନଥିବା ଜଣାପଡିଛି । କେତେକ କ୍ଷେତ୍ରରେ ସଂପୃକ୍ତ ଆରଆଇ ଓ ସ୍ଥାନୀୟ ପଂଚାୟତ ପ୍ରତିନିଧି ମାନେ ଯଥେଷ୍ଟ କିକବେକ ମାଧ୍ୟମରେ ପାଖ ପ୍ଲଟକୁ କାଗଜପତ୍ରରେ ଦେଖାଇ ସେହି ଡେରାଘର ଜାଗାରେ ସରକାରୀ ଅନୁଦାନରେ ଆବାସ ଯୋଜନା ଘର ନିର୍ମାଣ କରାଇଥିବା ମଧ୍ୟ ଅଭିଯୋଗ ହେଉଛି ।
ଏସଂପର୍କରେ ଯେହେତୁ ଆରଆଇ ମାନେ ସଂଶ୍ଲିଷ୍ଟ ହୋଇ କିକବେକ ନେଉଥିବା ଅଭିଯୋଗ ହେଉଛି ତେଣୁ ରାଜସ୍ୱ ବିଭାଗ ସବୁ ଜାଣି ନଜାଣିଲା ପରି ହେଉଥିବା ସାଧାରଣରେ ଆଲୋଚନା ହେଉଛି ।
ଏ ସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଖାତାରେ ଥିବା ଡେରାଘର ଗୁଡିକ ତୁରନ୍ତ ଜବରଦଖଲ ୁକ୍ତ କରାଯାଇ ସର୍ବସାଧାରଣ ରେ ବିନିଯୋଗ ହେବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.