Home ଜିଲ୍ଲା ପରିକ୍ରମା ୩୩ ହାଇସ୍କୁଲକୁ ମିଳିଲା ସ୍ଥାୟୀ ଜମିପଟ୍ଟା

୩୩ ହାଇସ୍କୁଲକୁ ମିଳିଲା ସ୍ଥାୟୀ ଜମିପଟ୍ଟା

49

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଥିବା ୩୩ଟି ହାଇସ୍କଲକୁ ସ୍ଥ୍ରାୟୀ ଜମିପଟ୍ଟା ଆଜି ପ୍ରଦାନ କରାଯାଇଛି। ତହସିଲ ପରିସରରେ ତହସିଲଦାର ସରୋଜକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଟ୍ଟା ବିତରଣ ଉତ୍ସବରେ ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ମୁଖ୍ୟଅତିଥି, ଅତିରିକ୍ତ ତହସିଲଦାର ସତ୍ୟପ୍ରକାଶ ଧଳ, ଏବିଇଓ ଅକ୍ଷୟ କୁମାର ଜେନା, ଅନିଲ କୁମାର ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସ୍ଥାୟୀ ଜମିପଟ୍ଟା ବିତରଣ କରିଥିଲେ। ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ, ଜଳହରୀ ସାରସ୍ୱତ ଉଚ୍ଚ ବିଦ୍ୟାପୀଠ, ବାରିକପୁର ଉଚ୍ଚବିଦ୍ୟାଳୟ, ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟ, ହାରାମଣୀ ବାଳିକା ଉଚ୍ଚବିଦ୍ୟାଳୟ, ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚବିଦ୍ୟାପୀଠ, ଯଶୋଟିକିରି ସୁବର୍ଣ୍ଣମୁଖି ଉଚ୍ଚବିଦ୍ୟାଳୟ, ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚବିଦ୍ୟାପୀଠ, ରହଣିଆ ନୋଡାଲ ଉଚ୍ଚବିଦ୍ୟାଳୟ, ବାଲିପୋଖରୀ ଶୁକଦେବଜେନା ଉଚ୍ଚବିଦ୍ୟାଳୟ, ବିଶୋଳ-କୁଲଣା ମୈତ୍ରୀ ଉଚ୍ଚବିଦ୍ୟାପୀଠ, ସରସଦା ଉଚ୍ଚବିଦ୍ୟାଳୟ, କୁରିଗାଁ ବିଜୟ ଗୋବିନ୍ଦ ଉଚ୍ଚବିଦ୍ୟାଳୟ, ବନ୍ଦାଳୋ-ମଢ଼ିଆଳି ଉଚ୍ଚବିଦ୍ୟାପୀଠ, ବେଲଗଡିଆ ଉଚ୍ଚବିଦ୍ୟାଳୟ, ନପଙ୍ଗ ଚଣ୍ଡିମାତା ଉଚ୍ଚବିଦ୍ୟାଳୟ, ମହୁରା ଉନ୍ନିତ ଉଚ୍ଚବିଦ୍ୟାଳୟ, ଶଙ୍ଖୁଳା କଳ୍ପତରୁ ଉଚ୍ଚବିଦ୍ୟାଳୟ, କଣ୍ଟି ଉଚ୍ଚବିଦ୍ୟାଳୟ, ଖଡିସିଙ୍ଗା ଉଚ୍ଚବିଦ୍ୟାଳୟ, ମୋବାରକପୁର ଉଚ୍ଚବିଦ୍ୟାଳୟ, ଆଲିହା ଜେ.କେ. ଉଚ୍ଚବିଦ୍ୟାଳୟ, ମାଳଦା ଉଚ୍ଚବିଦ୍ୟାଳୟ, ପୁରିପଡା ଉଚ୍ଚବିଦ୍ୟାଳୟ, ଶରଦପୁର ଆଞ୍ଚଳିକ ବାଳିକା ଉଚ୍ଚବିଦ୍ୟାଳୟ, ଡଗରପଡା ଉଚ୍ଚବିଦ୍ୟାଳୟ, ଜଳମଣ୍ଡୁଆ ଜୟଜଗନ୍ନାଥ ଉଚ୍ଚବିଦ୍ୟାଳୟ, ଦେଓପଦା କୌଶଲ୍ୟା ରାଉତ ଉଚ୍ଚବିଦ୍ୟାପୀଠ, ପିରିପୁର ପ୍ରଭାକରମହାନ୍ତି ଉଚ୍ଚବିଦ୍ୟାପୀଠ, ସାନବନସ୍ତା ଆର.କେ.ଜି.ଏମ. ଉଚ୍ଚବିଦ୍ୟାପୀଠ ଓ ସାରୋ ଶ୍ୟାମସୁନ୍ଦର ବିଦ୍ୟାନିକେତନ ଆଦି ସ୍ଥାୟୀ ଜମିପଟ୍ଟା ହାସଲ କରିଛନ୍ତି। ଅନ୍ୟାନ୍ୟ ଉଚ୍ଚବିଦ୍ୟାଳୟକୁ ପର୍ଯ୍ୟାୟ କ୍ରମେ ପଟ୍ଟା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏହି ସମସ୍ତ ଉଚ୍ଚବିଦ୍ୟାଳୟଗୁଡିକ ସରକାରୀ ଜମିରେ ଅବସ୍ଥିତ ହୋଇ ଦଖଲ ମୁତାବକ ପଟ୍ଟା ପାଇଁ ଆବେଦନ କରିଥିଲେ। ବିଦ୍ୟାଳୟର ବିକାଶ ପାଇଁ ଅପରିହାର୍ଯ୍ୟ ଥିବା ନିଜସ୍ୱ ଖତିୟାନ ଯୋଗାଇଦେଇଥିବାରୁ ରାଜ୍ୟ ସରକାର ଓ ତହସିଲଦାରଙ୍କ ପ୍ରତି ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ପ୍ରମୁଖ କୃତଜ୍ଞତା ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.