Home ଜିଲ୍ଲା ପରିକ୍ରମା ଚେକ ବାଉଁନ୍ସ ମାମଲାରେ ଅଭିଯୁକ୍ତଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ

ଚେକ ବାଉଁନ୍ସ ମାମଲାରେ ଅଭିଯୁକ୍ତଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ

30

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚେକ ବାଉଁନ୍ସ ମାମଲାର ବିଚାର କରି ଭଦ୍ରକ ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଚିନ୍ମୟ କୁମାର ପାଢି ଅଭିଯୁକ୍ତ ଭଦ୍ରକ ସହରାଞ୍ଚଳ କୁଆଁସ ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ବେହେରାଙ୍କ ପୁତ୍ର କାହ୍ନୁଚରଣ ବେହେରାଙ୍କୁ ଚେକ୍ ଦେଇ ଆକାଣ୍ଟରେ ଟଙ୍କା ନ ରଖି ଠକେଇ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଜୋରିମାନା, ୩ ମାସ ଜେଲଦଣ୍ଡ ଓ ଜୋରିମାନା ଅନାଦରୀ ପୁନଶ୍ଚ ୧ମାସ ଜେଲ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ମୌଦା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ବିଶ୍ୱପ୍ରକାଶ ନାୟକଙ୍କ ସହ ବନ୍ଧୁତା ସ୍ଥାପନ କରି ସ୍ଥାନୀୟ କୁଆଁସ ଗାଁର କାହ୍ନୁ ଚରଣ ବେହେରା ନିଜ ବ୍ୟବସାୟରେ ବିନିଯୋଗ ପାଇଁ ୬ ମାସ ପାଇଁ ଗତ ୨୦୨୧ ମସିହା ନଭେମ୍ବର ମାସ ୩୦ ତାରିଖରେ ୨ଲକ୍ଷ ୫୦ ହଜାର ଟଙ୍କା ଧାର ନେଇଥିଲା । ୬ ମାସ ପରେ ବିଶ୍ୱପ୍ରକାଶ ଟଙ୍କା ଫେରେଇବାକୁ କହିବାରୁ କାହ୍ନୁ ଚରଣ ତାଙ୍କୁ ନୂଆବଜାର, ଭଦ୍ରକ ଷ୍ଟେଟ ବ୍ୟାଙ୍କର ଏକ ଚେକ ଦେଇ ବ୍ୟାଙ୍କ ମାଧ୍ୟମରେ ୨ମାସ ପରେ ଉଠାଇ ନେବା ପାଇଁ କହିଥିଲା । ବିଶ୍ୱପ୍ରକାଶ ସେହି ବର୍ଷ ଜୁନ ମାସ ୨୮ରେ ଉକ୍ତ ଚେକ୍‌କୁ ନେଇ ନିଜ ବ୍ୟାଙ୍କରେ ଡିପୋଜିଟ କରିବା ପରେ କାହ୍ନୁଙ୍କ ବ୍ୟାଙ୍କ ଖାତାରେ ଏତେ ଟଙ୍କା ନ ଥିବାରୁ ଚେକଟି ବାଉଁନ୍ସ ହୋଇ ଯାଇଥିଲା । ଫଳରେ ବିଶ୍ୱପ୍ରକାଶ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ଟଙ୍କା ନ ଫେରେଇବାରୁ ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ୧.ସି.ସି. କେସ ନଂ-୨୪୩ /୨୧ ଆଗତ କରିଥିଲେ । ମାନ୍ୟବର ଅଦାଲତ ତାଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କାରିଛନ୍ତି । ବିଶ୍ୱପ୍ରକାଶଙ୍କ ପାଇଁ ଭଦ୍ରକର ବରିଷ୍ଠ ଓକିଲ ଗଦାଧର ବଳ ଓ ତାଙ୍କ ସହଯୋଗୀ ସଂଜୟ ମାଝୀ, ଏସ.କେ.ଗୌରଭ, ଜୟନ୍ତ ଭୋଇ ମାମଲା ପରିଚାଳନା କରୁଥିଲେ । ଅଶୋକ କୁମାର ନାୟକ ଏବଂ ସମ୍ପାଦିକା ସୁଜାତା ରାଉତ କୃତଜ୍ଞତା ଜଣାଇଥିଲେ । ସହ ସମ୍ପାଦକ ଋତୁରାଜ ଅକ୍ଷୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.