Home କୋରାପୁଟ ଜନୈକା ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ କୋରାପୁଟ ଟାଉନ ପୋଲିସ ଦ୍ୱାରା...

ଜନୈକା ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ କୋରାପୁଟ ଟାଉନ ପୋଲିସ ଦ୍ୱାରା ଯୁବକ ଗିରଫ

75

କୋରାପୁଟ ୧୯-୧୨(ଓଡିଆ ପୁଅ/ରଂଜନ ଦାସ) ଜନୈକା ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ  ଜଣେ ଯୁବକଙ୍କୁ କୋରାପୁଟ ଟାଉନ ପୋଲିସ  ଗିରଫ  କରିଥିବା ଜଣାପଡିଛି ।ଜଗତସିଂପୁର ଜିଲ୍ଲାର  ଏରସେମା ଥାନା ଅନ୍ତର୍ଗତ ଜିରାଇଲ ଗ୍ରାମର ସୁନୀଲ ସେନାପତି ଉକ୍ତ  ଯୁବତୀଙ୍କ ପୂରାତନ ବନ୍ଧୁ ଥିଲେ ।ସୁନୀଲ ଯୁବତୀଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ଜାଣିଥିଲା ।ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ସୁନୀଲ ଯୁବତୀଙ୍କୁ ବାରମ୍ବାର ଧମକ ଦେଉଥିଲା ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଯୁବତୀ ଜଣଙ୍କ କୋରାପୁଟ ଟାଉନଥାନାରେ ଗତ ୮ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ ।କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ନେତୃତ୍ୟରେ ଏକ ଟିମ ଗଠନ କରାଯାଇଥିଲା ।ମୋବାଇଲ ଟ୍ରାକିଂ କରାଯାଇ ଉକ୍ତ ଯୁବକ ସୁନୀଲକୁ ଜଗତସିଂହପୁର ଜିଲ୍ଲା ଏରସେମା ଅଂଚଳରୁ ପୋଲିସ ଗିରଫ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି ।୧୪ ଟି ସିମ ସହିତ ୩ ଟି ମୋବାଇଲ ଜବତ କରାଯାଇଥିବା ସେ ପ୍ରକାଶ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.