Home ଓଡ଼ିଶା ବ୍ରହ୍ମପୁର: ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ସଞ୍ଚଳନ

ବ୍ରହ୍ମପୁର: ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ସଞ୍ଚଳନ

46

ବ୍ରହ୍ମପୁର: ଆଜି ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ସଞ୍ଚଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ରାମଲିଙ୍ଗମ ଟ୍ୟାଙ୍କ ରୋଡ଼ ସ୍ଥିତ ହନୁମାନ ବିଗ୍ରହ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନ ଅଯୋଧ୍ୟାରେ ବିଦେଶୀ ଆକ୍ରମଣକାରୀ ବାବର ଦ୍ୱାରା ନିର୍ମାଣ କରାଯାଇଥିବା ଗମ୍ବୁଜକୁ ୧୯୯୨ ମସିହା ଗୀତା ଜୟନ୍ତୀ ଦିନ ହଟାଇ ଦିଆଯାଇଥିଲା। ଦୀର୍ଘ ଦିନର ଏହି କଳଙ୍କିତ ଢାଞ୍ଚାକୁ ହଟାଇ ଭାରତ ବର୍ଷର ହିନ୍ଦୁ ଯୁବ ସମାଜ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲା। ଏହି ଘଟଣାକୁ ମନେ ରଖିବା ପାଇଁ ଏକ ସପ୍ତାହ ବ୍ୟାପୀ ସାରା ଦେଶରେ ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ବୋଲି ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ମଠ ମନ୍ଦିର ସୁରକ୍ଷା ପ୍ରମୂଖ ରମାକାନ୍ତ ରଥ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ବହିନ୍ଦୁ ପରିଷଦ ବିଭାଗ ସଭାପତି ଇଂ ଅଶୋକ କୁମାର ପାଳ, ସମ୍ପାଦକ ଡ. ଅରୁଣ ପ୍ରସାଦ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଭାପତି ଡ. ଭବାନୀ ଶଙ୍କର ଦାସ, ସମ୍ପାଦକ ଗୋପାଳ ସ୍ୱାଇଁ, ସୁଶାନ୍ତ କୁମାର ବେହେରା, ସୁଶାନ୍ତ କୁମାର ମହାରଣା, ରାହୁଲ ପାତ୍ର, ଡି. ପ୍ରସାଦ ରାଓ, କୃଷ୍ଣ ପଣ୍ଡା, ତରଣୀସେନ ଦାସ, ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଅମ୍ବିକା ଦାସ, ସୁରକ୍ଷା ପ୍ରମୂଖ ରାଜୀବ ଖାଡ଼ଙ୍ଗା, ଗଞ୍ଜାମ ବିଭାଗ ସଂଯୋଜକ ଗୌତମ ମହାରଣା, ଜିଲ୍ଲା ସଂଯୋଜକ ବାଲାକ୍ରିଷ୍ଣ ରେଡି, ସହ- ସଂଯୋଜକ ଶିବଦତ୍ତ ଦାସ, କିରଣ ଲେଙ୍କା, ବୁଲୁ ସାହୁ, ପ୍ରଶାନ୍ତ ପାଢ଼ୀ, କୃଷ୍ଣ ଦାସଙ୍କ ସମେତ ବହୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.