Home ଓଡ଼ିଶା ବର୍ଷ ବଷ ର୍ଧରି ମାସ ମାସ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ

ବର୍ଷ ବଷ ର୍ଧରି ମାସ ମାସ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ

91

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୧୨- ରାଜ୍ୟ ସରକାର ଜଳ ହିଁ ଜୀବନ ଡାକରା ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଉଛନ୍ତି । ଅପହଂଚ ଅଂଚଳରେ ପାନୀୟ ଜଳ ଯୋଗଇବା ପାଇଁ ସରକାର ଓରେଡା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ସୈାର୍ଯ୍ୟଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ବସାଇଥିଲେ । ଯାହାକି ରକ୍ଷଣା ବେକ୍ଷଣ ଅଭାବରୁ ବର୍ଷ ବର୍ଷ ମାସ ମାସ ଧରି ଅଚଳ ହୋଇପଡିଛି । ଲୋକମାନେ ଶୁଦ୍ଧ ପାନୀୟଜଳ ପାଇବା ପରିବତ୍ତେ ଝରଣା ଓ ନଦୀ ଜଳ କୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଜଣାପଡିଛି । ଏଭଳି ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତରେ । ଏହି ଗ୍ରାମ ପଞ୍ଚାୟତର ଉବୁଟକୁମ୍ଭି ଗ୍ରାମରେ ୨ ବର୍ଷ ହେଲା ସୈାର୍ଯ୍ୟ ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇପଡିଛି । ସେହିଭଳି ଖମଣ ଗ୍ରାମର ପାନୀୟ ଜଳ ପ୍ରକଳ୍ପ ୬ ମାସ ଓ ଲାଖମୁଣ୍ଡୁଳି ଗ୍ରାମର ପାନୀୟ ଜଳ ପ୍ରକଳ୍ପ  ୮ ମାସ ହେଲା ଅଚଳ ହୋଇପଡିଛି ।

ଫଳରେ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଲୋକମାନେ ଝରଣ ଜଳ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ ରଣପୁର ବ୍ଲକ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପ୍ରକାଶ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରେ ବନ୍ଧମୁଣ୍ଡାରେ ପାନୀୟ ଜଳ ସମସ୍ୟା କୁ ସ୍ୱୀକାର କରନ୍ତି । କୁହନ୍ତି ଯେ ଓରେଡା ଏକ ଏଜେନ୍ସି ମାଧ୍ୟମରେ ଏହି ପାନୀୟ ଜଳ ପ୍ରକଳ୍ପ ଗୁଡିକ ନିର୍ମାଣ କରିଥିଲା । ରକ୍ଷଣା ବେକ୍ଷଣ ଦାୟିତ୍ୱ ୫ ବର୍ଷ ରହିଥିଲା । ୫ ବର୍ଷ ବିତି ଯାଇଥିବାରୁ କାର୍ଯ୍ୟ କରିଥିବା ଏଜେନ୍ସି ରାଜ୍ୟ ବାହାର ର ହୋଇଥିବାରୁ କେଉଁଆଡେ ପଳାଇ ଯାଇଛି । ଓରେଡା ଅଫିସ୍ କୁ ଏ ସର୍ମ୍ପକେ ଚିଠି ଦିଆଯାଇଛି । ଦେଖିବା କିଭଳି ଭାବରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରାଯାଇ ପାରିବ । ତୁରନ୍ତ ପାନୀୟ ଜଳ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ନେଳିପଡା ଗ୍ରାମର ହିରଣ୍ୟ ପ୍ରଧାନ ସହ ବହୁ ଆଦୀବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.