Home Coronavirus Outbreak ଜଣେ କୋଭିଡ ଯୋଦ୍ଧାଙ୍କ ସହ ୮୫ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟ...

ଜଣେ କୋଭିଡ ଯୋଦ୍ଧାଙ୍କ ସହ ୮୫ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୭୮୦ ରେ ପହଁଚିଲା

62

ମାଲକାନଗିରି, ୨୩ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି, ଆଜି ଜିଲ୍ଲାରେ ଗୋଟିଏ ଦିନରେ ଜଣେ କୋଭିଡା ଯୋଦ୍ଧାଙ୍କ ସହ ୮୫ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କ ମଧ୍ୟରୁ ୪୧ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୬ ଜଣଙ୍କର ରୋଗର ଲକ୍ଷଣ ଥିଲା, ୩୭ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇ ଥିବାବେଳେ ଜଣେ ହଟସ୍ପଟ ଜିଲ୍ଲାଫେରନ୍ତା ବୋଲି ଜଣାପଡିଛି। ଏହି୮୫ଜଣ ପଜିଟିଭଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୪୫ଜଣ, ବାଲିମେଳା ଏନଏସି ଅଚଂଳରୁ ୯ଜଣ, କାଲିମେଳା ବ୍ଲକ ଅଚଂଳରୁ ୭ ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ଜଣେ, ଖଇରପୁଟ ବ୍ଲକ ଅଚଂଳରୁ ୫ଜଣ, ମାଥିଲି ବ୍ଲକ ଅଚଂଳରୁ ୬ଜଣ, ଚିତ୍ରକେଣ୍ଡା ବ୍ଲକରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର କରୋନା ଆକ୍ରାନ୍ତ ୮୫ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୭୮୦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୪୦ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୬୩୬ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି। ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୮୫ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଞ୍ଚ ଜୋରଦାର ଚାଲିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ସହ ବାଲିମେଳା ଏନଏସି ଅଚଂଳକୁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ଓ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନୱାର୍ଡି କର୍ମୀମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି। ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦ କରିଦିଆ ଯାଇଛି। ଏଥିପାଇଁ ଜିଲ୍ଲାବାସୀ କିଛି ଭୟଭିତ କିମ୍ବା ଛାନିଆ ହୁଅନ୍ତୁ ନାହିଁ, କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଟ୍‌ଡାଉନ୍‌, ଲକଡାଉନ ନିୟମପାଳନ କରି ସହରବାସୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ। ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.