Home ଜିଲ୍ଲା ପରିକ୍ରମା ଜଙ୍ଗଲ ନିଆଁରୁ ବର୍ତ୍ତିବା ପାଇଁ ନୟାଗଡ଼ ସହର ଭିତରେ କୁଟୁରା

ଜଙ୍ଗଲ ନିଆଁରୁ ବର୍ତ୍ତିବା ପାଇଁ ନୟାଗଡ଼ ସହର ଭିତରେ କୁଟୁରା

51

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲକୁ ଯେଉଁପରି ଭାବରେ ନିଆଁ କବଳିତ କରିବାରେ ଲାଗିଛି ସେଥିରୁ ବନ୍ୟପ୍ରାଣୀମାନେ ନିସ୍ତାର ପାଇ ପାରୁନାହାନ୍ତି। ପାଣି ପାଇଁ ଜନ୍ତୁମାନେ ତ୍ରାହୀ ତ୍ରାହୀ ଡାକୁଥିବାବେଳେ ନିଆଁ ମୁହଁରେ ସେମାନଙ୍କ ଜୀବନ ଯିବା ଦେଖାଦେଇଛି। ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ଜୀବଜନ୍ତୁମାନେ ନିଆଁର ପ୍ରକୋପରେ ଛଟପଟ ହୋଇ ପ୍ରାଣତ୍ୟାଗ କରୁଥିବା ପରିବେଶ୍‌ବିତ୍‌ମାନେ କହୁଥିବାବେଳେ ଖୋଦ୍ ନୟାଗଡ଼ର ସଦର ମହକୁମା ଜଙ୍ଗଲ ନିଆଁରୁ ଜୀବନ ବଂଚାଇବା ପାଇଁ ଏକ କୁଟୁରା ସହର ମଧ୍ୟକୁ ଚାଲି ଆସିଥିବା ଦେଖିବାକୁ ମିଳିଛି। ନୟାଗଡ଼ ତ୍ରିନାଥ ଛକ ଠାରେ ଋକ୍ଷି ପାହାଡ଼ ଉପରୁ ଏହି କୁଟୁରାଟି ଜୀବନ ବିକଳରେ ନୟାଗଡ଼ ଓଡ଼ଗାଁ ରାସ୍ତା ଅତିକ୍ରମ କରୁଥିବାବେଳେ ଏକ କାର୍‌ ସହ ଧକ୍କା ହୋଇଥିଲା। ଏହାପରେ କିଛି ଉତ୍ସାହି ଯୁବକ କୁଟୁର।।କୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଏ ବିଷୟରେ ଖବର ଦେଇଥିଲେ। ପରେ ବନ ବିଭାଗ ଦ୍ୱାରା କୁଟୁରାର ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସହାୟକ ହୋଇ ଜଙ୍ଗଲ ନିଆଁ ଲିଭାଇବାରେ ସହଯୋଗ କରିବା ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.