Home ଅପରାଧ ଜଙ୍ଗଲରେ ପୋତା ଯାଇଥିବା ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଜଙ୍ଗଲରେ ପୋତା ଯାଇଥିବା ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

2047

କେନ୍ଦୁଝର,ତା ୧୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାସିପାଳ ଜଙ୍ଗଲର ଦୁଇଟି ସ୍ଥାନରେ ପୋତା ହୋଇଥିବା ଦୁଇଟି ମୃତ ଦେହ ଉଦ୍ଧାର ହୋଇଥିବାର ଜଣାପଡ଼ିଛି । ଉକ୍ତ ଜଙ୍ଗଲରେ ନିକଟସ୍ଥ ଗ୍ରାମବାସୀ ଛେଳି ଚରାଉଥିବା ବେଳେ ଏହି ମୃତ ଦେହ ପୋତା ଯାଇଥିବାର ଦେଖିବାକୁ ପାଇ ଗ୍ରାମରେ ଯାଇ ଜଣାଇଥିଲେ । ଖବର ଅନୁଯାୟୀ ଗତ ଶୁକ୍ରବାର ଦିନ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ଼ ଓ ତାଙ୍କ ପତ୍ନୀ ମାଳତୀ ମହାକୁଡ଼ ହାଟକୁ ଚାନା ବିକିବାକୁ ଯାଇଥିଲେ ହେଲେ ଫେରିନଥିଲେ । ସେଠାରୁ ଫେରିବାରେ ବିଳମ୍ବ ଦେଖି ପୁଅ କାର୍ତ୍ତିକ ଅନେକ ଖୋଜାଖୋଜି ପରେ ମଧ୍ୟ ବାପା ମାଆଙ୍କ କିଛି ସନ୍ଧାନ ପାଇନଥିଲେ । ଜଙ୍ଗଲରେ ମୃତ ଦେହ ପୋତା ଯାଇଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି । ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ ଓ ପୋଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.