Home କେନ୍ଦୁଝର ବଡ଼ବିଲ ଶିଶୁ ମନ୍ଦିରରେ ପାଳନ ହେଲା ଶିଶୁ ଦିବସ

ବଡ଼ବିଲ ଶିଶୁ ମନ୍ଦିରରେ ପାଳନ ହେଲା ଶିଶୁ ଦିବସ

114

ବଡ଼ବିଲ,ତା ୧୪ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁ ଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳନ କରାଯାଇଛି । ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ବିଲ ସରକାରୀ ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ସୌଭାଗ୍ୟ ରଶ୍ମିରଞ୍ଜନ ସାମଲ ଓ ସମ୍ନାନୀତ ଅତିଥି ଭାବେ ମହାନ୍ତ ମାର୍ଶାଲ ଆର୍ଟର ପ୍ରତିଷ୍ଠାତା ଶ୍ରୀମାନ ସଚିନ ମହାନ୍ତ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡାକ୍ତର ସାମଲ ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତ ଓ ଶିଶୁଦିବସ ଉତ୍ସବରେ ୧୫ଜଣ ଶିଶୁ ବିଷୟ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବଡ଼ବିଲ ଶିଶୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ ଓ ଗୁରୁମା ସ୍ୱାଗତ ସଂଗୀତ ଗାନ କରିବା ସହ ସମସ୍ତ ଶିଶୁଙ୍କୁ ଚନ୍ଦନ, ଫୁଲ, ଦୀପ ଜଳାଇ ପୂଜନ କରିଥିଲେ, ଶେଷରେ ସମସ୍ତ ଶିଶୁଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.