Home ଜିଲ୍ଲା ପରିକ୍ରମା ଯୁବକଙ୍କ ଅକାଳ ବିୟୋଗରେ ଶୋକ

ଯୁବକଙ୍କ ଅକାଳ ବିୟୋଗରେ ଶୋକ

153

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବନ୍ତଛକସ୍ଥିତ ଆଚାର୍ଯ୍ୟନଗର ନିବାସୀ ତପନ ପରିଡା (ତପୁ) ଙ୍କର ଅକାଳ ବିୟୋଗରେ ଆଜି ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଭଦ୍ରକ ବସ୍ ସିଣ୍ଡିକେଟ୍‌ରେ ହୋଇଥିବା ଦୁର୍ନୀତିକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ । ପ୍ରାପ୍ତ ଖବର ଅନୁଯାୟୀ ସେ ଗତ କିଛିଦିନ ଧରି ଟାଇଫଏଡ୍ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଜି ଦେହାନ୍ତ ହୋଇଛି । ଏହି ଖବର ମିଳିବା ପରେ ଭଦ୍ରକ ବସ୍ ସିଣ୍ଡିକେଟ୍ ପକ୍ଷରୁ ତାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.