Home ଜିଲ୍ଲା ପରିକ୍ରମା କାର୍ଯ୍ୟାଦେଶକୁ ୫ବର୍ଷ ପୁରିଲା; କାର୍ଯ୍ୟକ୍ଷମ ହୋଇନପାରି ଗୁଳ୍ମ ଘେରରେ ମାର୍କେଟ କଂପ୍ଲେକ୍ସ

କାର୍ଯ୍ୟାଦେଶକୁ ୫ବର୍ଷ ପୁରିଲା; କାର୍ଯ୍ୟକ୍ଷମ ହୋଇନପାରି ଗୁଳ୍ମ ଘେରରେ ମାର୍କେଟ କଂପ୍ଲେକ୍ସ

59

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସରକାରଙ୍କ ତରଫରୁ ପ୍ରତି ପଂଚାୟତରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ଥିବାରୁ ୨୦୧୬-୧୭ ଆର୍ôଥକ ବର୍ଷରେ ସିଏଫସି ଅର୍ଥରେ ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ଜାମବଣୀ ଛକ ଠାରେ ପଂଚାୟତ ସମିତି ଭଦ୍ରକ ଆନୁକୁଲ୍ୟରେ କାଉପୁର ପଂଚାୟତ ତରଫରୁ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ ସଂପୃକ୍ତ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ କାର୍ଯ୍ୟାଦେଶକୁ ୫ବର୍ଷ ପୁରିଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରିନି କଂପ୍ଲେକ୍ସ । ଯଦ୍ୱାରା ଏହା ବର୍ତ୍ତମାନ ଗୁଳ୍ମ ଘେରରେ । ଏଥିନେଇ ବିଭାଗୀୟ ଅଧିକାରିଙ୍କ ଠିକାଦାର ପ୍ରେମକୁ ସାଧାରଣରେ ନା ପସନ୍ଦ କରାଯାଇଛି । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇନପାରିବାର ଜ୍ୱଳନ୍ତ ଉଦାହରଣ ତ୍ସଷ୍ଟି କରିଛି ଏହି ମାର୍କେଟ କଂପ୍ଲେକ୍ସ । ସୂଚନା ଅନୁଯାୟୀ;୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତ ତରଫରୁ ସିଏଫସି ପାଣ୍ଠିରୁ ମଂଜୁର ହୋଇଥିବା ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରି ନଥିଲା । ଏହାକୁ ସଂପୂର୍ଣ୍ଣ କରିବା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏସଏଫସି ପାଣ୍ଠିରୁ ପୁଣି ୨ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ସୁଦ୍ଧା କଂପ୍ଲେକ୍ସଟି ଆଜିଯାଏଁ ସଂପୂର୍ଣ୍ଣ ହୋଇପାରି ନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.