Home Top News ବାତ୍ୟା “ଜୱାଦ” ପାଇଁ ପୁରୀ ପ୍ରସାସନର ବ୍ୟାପକ ପ୍ରସ୍ତୁତି : ପଢ଼ନ୍ତୁ ପୁରୀର ସ୍ଥିତି

ବାତ୍ୟା “ଜୱାଦ” ପାଇଁ ପୁରୀ ପ୍ରସାସନର ବ୍ୟାପକ ପ୍ରସ୍ତୁତି : ପଢ଼ନ୍ତୁ ପୁରୀର ସ୍ଥିତି

49

ପୁରୀ ୪-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାତ୍ୟା “ଜୱାଦ” ଦୁର୍ବଳ ହୋଇ ପ୍ରଭାବ ହ୍ରାସ ପାଇବ ବୋଲି SRC ଙ୍କ ସୂଚନା ରହିଛି। ତେବେ SRC ଙ୍କ ଗାଇଡ଼ ଲାଇନ ଅନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ଲୋକ ଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ପୁରୀ ଜିଲାପାଳ ସମର୍ଥ ବର୍ମା ଜିଲ୍ଲା ର ସମସ୍ତ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀଙ୍କ ସହ ଘନ ଘନ ବୈଠକ କରି ବାତ୍ୟା ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ଜିଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାର କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଆଦି ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ସେହିପରି ବାତ୍ୟାରେ ପବନ ଯୋଗୁ ପରବର୍ତ୍ତୀ ସ୍ଥିତି ମୁକାବିଲା ନେଇ ଓଡ୍ରାଫ, ଏନ ଡି ଆର ଏଫ ଟିମ କୁ ୬ ଟି ବ୍ଳକ ରେ ମୁତୟନ କରାଯାଇଛି। କିଛି କିଛି ସ୍ଥାନରେ ଲୋକଙ୍କୁ ଆଣାଯାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି। ସେପଟେ ଶ୍ରୀମନ୍ଦିରରେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି କୌଣସି ଅସୁବିଧା ଯେଭଳି ନ ଉପୁଜେ ସେ ନେଇ ବିଶେଷ ବ୍ୟବସ୍ଥା ହୋଇଥିବା ଜିଲାପାଳ କହିଛନ୍ତି। ଗତକାଲି ରାତିରୁ ପୁରୀ ସହର ସମେତ ଜିଲ୍ଲା ରେ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ଅଶାନ୍ତ କାଲି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁରୀ ସହରରେ ଯେଭଳି ଜଳ ବନ୍ଦୀ ସ୍ଥିତି ନ ଉପୁଜେ ସେ ନେଇ ମୋଟର ପମ୍ପର ବ୍ୟବସ୍ଥା ହୋଇଛି। ତେବେ ବାତ୍ୟା କୁ ଭୟଭୀତ ନ ହୋଇ ପ୍ରଶାସନ କୁ ସହଯୋଗ କରିବାକୁ ଜିଲାପାଳ ଅପିଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.