Home କେନ୍ଦୁଝର ଛେନାପଦି ମାର୍କେଟରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ୁଛି

ଛେନାପଦି ମାର୍କେଟରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ୁଛି

61

ହାଟଡିହି- ୧ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ଛକ ପରିବା ମାର୍କେଟରେ ଦିନକୁ ଦିନ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଗତ କିଛିଦିନ ଭିତରେ ୫ଜଣ ବ୍ୟକ୍ତିଙ୍କ ମୋବାଇଲ ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ବନ୍ତଳା ଗ୍ରାମର ଜିତେନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି ପରିବା କିଣୁତବବା ସମୟରେ ତାଙ୍କ ମୋବାଇଲକୁ ଦୁର୍ବୁତମାନେ ଲୁଟି ନେଇଥିଲେ । ଗତକାଲି ଡଙ୍କୁରୀ ଗ୍ରାମର ଜଣେ ଯୁବକ ପରିବା କିଣୁଥିବା ସମରେ ସାର୍ଟର ଉପର ପକେଟରେ ମୋବାଇଲକୁ ରଖିଥିଲେ । କେହି ଦୁର୍ବୁତ ଅତି ଚତୁରତାର ସହିତ ମୋବାଇଲଟିକୁ ଲୁଟି ନେଇଥିଲା । ମାତ୍ର ୫ମିନିଟ ମଧ୍ୟରେ ଫୋନ ଟିକୁ ସୁଇଜଅଫ କରିଦେଇଥିଲା । ସେହିପରି ଗତ ୮ଦିନ ତଳେ ଛେନାପଦି ବିଶ୍ୱତାରିଣୀ କଲେଜର ଜଣେ ଅଧ୍ୟାପକଙ୍କ ମୋବାଇଲଟିକୁ ସେହିପରି ପରିବା କିଣିବା ସମୟରେ ଲୁଟି ନେଇଥିଲେ । ସେହିପରି ଗତ କିଛିଦିନ ତଳେ ବଉଳା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୋବାଇଲଟି ମଧ୍ୟ ସମାନ ଢ଼ଙ୍ଗରେ ଲୁଟ ହୋଇଥିଲା । ବିଶେଷକରି ସକାଳେ ପରିବା ମାର୍କେଟରେ ଜନଗହଳିର ସୁଯୋଗ ନେଇ ଏହି ଲୁଟ କରାଯାଉଛି । ପୁର୍ବରୁ ଏହିପରି ସମାନ ଢ଼ଙ୍ଗରେ ଭଦ୍ରକ ଅଞ୍ଚଳର ଏକ ଛୋଟ ଛୁଆ ମୋବାଇଲ ଲୁଟ ସମୟରେ ଧରାପଡିବାପରେ ପୁଲିସ ତାକୁ ନେଇ ଅଧିକ ତଦନ୍ତ କରିବା ପରିବର୍ତ୍ତେ ପଚରା ଉଚୁରା କରି ଛାଡି ଦେଇଥିଲା । ଯାହାଦ୍ୱାରାକି ଏହି ମୋବାଇଲ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ପର୍ଦ୍ଦାଫାସ ହୋଇପାରି ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.