Home କେନ୍ଦୁଝର ଜନମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କଲେ ଦମ୍ପତ୍ତି

ଜନମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କଲେ ଦମ୍ପତ୍ତି

72

ହାଟଡିହି- ୧ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତ କ୍ଷେତୁଆଳି ଗ୍ରାମର ତଥା ବରାଙ୍ଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଧାକର ମହାପାତ୍ର ଓ ତାଙ୍କ ପତ୍ନୀ ଗିରିଗାଁ ଅନ୍ନପୁର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ରୁକ୍ମଣୀ ମହାପାତ୍ର ଜନମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ଏହି ଯୋଜନାରେ ବିଭିନ୍ନ ଗ୍ରାମାଞ୍ଚଳର ଗରିବ ଅସହାୟ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଲକ୍ଷ ରଖିଛନ୍ତି । ଆଜି ଏହି କ୍ରମରେ ସେ ଗାଁ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗିରିଗାଁ ଓ ବାହାରିପୁର ଗ୍ରାମର ୧୦ଜଣ ଗରିବ ପରିବାରଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ସାରାଜଜୀବନ ଏହି ଯୋଜନା କରିବେ ବୋଲି କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସମଣା ସମବାୟ ସମିତିର ପୁର୍ବତନ ସମ୍ପାଦକ ରମେଶ ଚନ୍ଦ୍ର ଜେନା, ରଘୁନାଥ ଜେନା, ପୁର୍ବତନ ସରପଞ୍ଚ ମଣିଚରଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.