Home କେନ୍ଦୁଝର ମିଳିନି ରାସନକାର୍ଡ,ଅର୍ଦ୍ଧାହାରରେ ସୁଲୋଚନାଙ୍କ ପରିବାର

ମିଳିନି ରାସନକାର୍ଡ,ଅର୍ଦ୍ଧାହାରରେ ସୁଲୋଚନାଙ୍କ ପରିବାର

75

ହାଟଡିହି- ୧ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ଦେଶରେ କେହି ଯେପରି ଭେକିଲା ନରହୁନ୍ତି ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରି ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । କିନ୍ତୁ ଏହି ଯୋଜନାର ସଫଳ ରୁପାୟନ ସମସ୍ତଙ୍କ ପାଖରେ ପହଞ୍ଚି ପାରିଲାନି ।ଯେଉଁଥି ପାଇଁକି ଗୋଟିଏ ପରିବାର ଭୋକ ଉପାସରେ ଦିନ କାଟୁଛି । ଯାହା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗାଁରେ । ଗାଁର ଦେହୁରୀ ସାହିର ସୁଲୋଚନା ଦେହୁରୀ । ଘରେ ପୁଅ ଶାନ୍ତନୁ ଓ ତାର ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ତାଙ୍କର ପରିବାର । ଘର ବୋଲି ଝାଟିମାଟିର ଝୁମ୍ପୁଡି ଘରଟିଏ । ମୁଲ ଲାଗିଲେ ପରିବାର ଚଳେ । ଯେଉଁଦିନ ପୁଅ କାମକୁ ନଯାଆନ୍ତି ସେଦିନ ଘରେ ଉପବାସ । ଏପରି ଅବସ୍ଥାରେ ଅଛନ୍ତି ପରିବାରର ୫ ସଦସ୍ୟ । ସୁଲୋଚନାଙ୍କ ନାମରେ ପୁର୍ବରୁ ଅନ୍ତୋର୍ଦ୍ଦୟ କାର୍ଡ ଖଣ୍ଡିଏ ଥିବାବେଳେ ଦୀର୍ଘ ବର୍ଷ ହେଲା ତାହାକୁ କଟିଯାଇଛି । କଣପାଇଁ କଟିଲା ତାହା ସେ ଜାଣି ନାହାନ୍ତି । ରେସନକାର୍ଡ ଖଣ୍ଡିଏ ନଥିବାରୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ପରିବାର ସଦସ୍ୟ ମାନେ । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର‌୍ୟ୍ୟନ୍ତ ସମସ୍ତେ ଗରିବ ଲୋକଙ୍କ ମୁହଁରେ ଦାନା ଦେବା ପାଇଁ ଯୋଜନା ପରେ ଯୋଜନା କରିଚାଲିଥିବାବେଳେ ଏମୋନଙ୍କ ପାଖରେ ଯୋଜନା ପହଞ୍ଚି ପାରିନାହିଁ । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ଗରିବ ଅସହାୟ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ତୁରନ୍ତ ଚାଉଳ ମୁଠେ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.