Home କୋରାପୁଟ  ଡେଙ୍ଗାଜାନିଗୁଡା ଗ୍ରାମକୁ ସ୍ଥାନାନ୍ତର କରିବା ସହ ପ୍ରତ୍ୟେକ ପରିବାରକୁ ଚାକିରୀ ପ୍ରଦାନ କରିବାକୁ ଦାବି

 ଡେଙ୍ଗାଜାନିଗୁଡା ଗ୍ରାମକୁ ସ୍ଥାନାନ୍ତର କରିବା ସହ ପ୍ରତ୍ୟେକ ପରିବାରକୁ ଚାକିରୀ ପ୍ରଦାନ କରିବାକୁ ଦାବି

91

କୋରାପୁଟ ୧୮-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡେଙ୍ଗାଜାନିଗୁଡା ଗ୍ରାମଟି ଦାମନଯୋଡିସ୍ଥିତ ନାଲକୋ କାରଖାନାଠାରୁ ମାତ୍ର ୫ କିମି ଦୂରରେ ଅବସ୍ଥିତ ହୋଇଥିବା ବେଳେ ନାଲକୋର ନୂତନ ପ୍ରକଳ୍ପ ଆରମ୍ଭ ହେଉଥିବାରୁ ଗ୍ରାମକୁ ସ୍ତାନାନ୍ତର କରି ପ୍ରତ୍ୟେକ ପରିବାକୁ ଚାକିରୀ କରିବାକୁ ଦାବି କରାଯାଇଛି ।୪୦ ବର୍ଷ ପୂର୍ବେ ନାଲକୋ ୨୨୭ ଏକର ଜମି ଅଧିଗ୍ରହଣ କରିଥିଲା  ଓ ଅଧିକୃତ ଜମିରୁ ମାଟି ଖନନ କରି ବିଷାକ୍ତ ରେଡମଣ୍ଡ ପଣ୍ଡ ସ୍ତାପନ କରାଯାଇଛି ।ପଣ୍ଡରେ ଜମି ରହୁଥିବା ବିଷାକ୍ତ ପାଣି ଗ୍ରାମ ନିକଟସ୍ଥ ନଳକୂପ ,ନଦୀ ଓ ଝରଣାରେ ମିଶି ବିଭିନ୍ନ ରୋଗ ସୃଷ୍ଟି କରୁଥିବା ବେଳେ ଏହାଦ୍ୱାରା ଚାଷ ।ଅନେକ ବ୍ୟକ୍ତି ରୋଗାକ୍ରାନ୍ତ ହେଉଥିବା  ଗ୍ରାମର ମନ ବିଷୋୟୀ  ଅଭିଯୋଗ କରିଛନ୍ତି । ବର୍ତମାନ ଗ୍ରାମଠାରୁ ଏକ କିଲୋମିଟର ଦୂୂରରେ ନୂତନ ରେଡମଣ୍ଡ ନିର୍ମାଣ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି ।ଏହି ଅସୁବିଧାକୁ ନାଲକୋ ଅଧିକାରୀମାନଙ୍କ ଜଣାଇବା ସତ୍ୱେ କୈାଣସି ସମାଧାନ ନ ହେବାରୁ ଆଜି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଦାବିପତ୍ର ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ଗ୍ରାମକୁ ସ୍ଥାନାନ୍ତରିତ କରାଯିବା ସହ  ପ୍ରତ୍ୟେକ ପରିବାରକୁ ଚାକିରୀ ଦେବାକୁ ସେମାନେ ଦାବି କରିଛନ୍ତି ।ଦାବି  ଯଦି ପୂରଣ ନ କରାଯାଏ ତେବେ ଆନ୍ଦୋଳନ ଝାରି ରହିବ ଓ ନାଲକୋର  ଗ୍ରାମ ନିକଟରୁ ମାଟି ନେବା , ଗ୍ରାମ ନିକଟରେ ପ୍ରାଚେରୀ ପ୍ରତିଷ୍ଠା କରିବା ଓ ରେଡମଣ୍ଡ ପଣ୍ଡର ନୂତନ ନିର୍ମାଣ କରିବାକୁ ଦେବୁ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି ।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିବା ସହ ନାଲକୋ ଉକ୍ତ ଗ୍ରାମକୁ ସ୍ଥାନାନ୍ତରିତ କରିବାକ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.