Home ଅନୁଗୁଳ ଛାତ୍ରଛାତ୍ରୀଙ୍କୁ ଗ୍ରାମରେ ଶିକ୍ଷା ଦେଉଛନ୍ତି କନ୍ଧବେରେଣୀ ଆଶ୍ରମ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ

ଛାତ୍ରଛାତ୍ରୀଙ୍କୁ ଗ୍ରାମରେ ଶିକ୍ଷା ଦେଉଛନ୍ତି କନ୍ଧବେରେଣୀ ଆଶ୍ରମ ସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ

153

ତାଳଚେର,୨୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନାର କ୍ରମବର୍ଦ୍ଧିତ ପ୍ରାଦୁର୍ଭାବକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି । ତେଣୁ ଛାତ୍ରଛାତ୍ରୀମାନଙ୍କର ସମୟର ସଦୁପଯୋଗ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ପକ୍ଷରୁ ଅନ୍ ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । କିନ୍ତୁ ଗ୍ରାମାଚଂଳରେ ବାସ କରୁଥିବା ଅନୁନ୍ନତ ଆଦିବାସୀ,ଦଳିତ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଇ-ସୁବିଦ୍ୟା ଯୋଜନା ଅନୁଯାୟୀ ଶିକ୍ଷାଦାନ କରାଯାଉଛି । ଯୋଜନା ଅନୁଯାୟୀ ମଧୁ,ଦୀକ୍ଷା ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନ ଶିକ୍ଷାଦାନ କରାଯାଉଥିବା ବେଳେ ଯେଉଁ ଅଂଚଳରେ ଛାତ୍ରଛାତ୍ରୀମାନଙ୍କ ପାଖରେ ସ୍ମାର୍ଟଫୋନ ନ ଥିବ କିମ୍ବା ମୋବାଇଲ ନେଟୱ୍ୱାର୍କର ସୁବିଧା ନ ଥିବ ସେଠାକୁ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ପ୍ରତି ସପ୍ତାହରେ ଗୋଟିଏ ଗ୍ରାମକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବେ । ଏହି କ୍ରମରେ ତାଳଚେର ବ୍ଲକ ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ୱାବଧାନରେ ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ଶିକ୍ଷା ପ୍ରଦାନ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା,ସାମାଜିକ ଦୂରତା ଅବଲମ୍ବନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହିତ ସାଥୀରେ ପାଣି ବୋତଲ ଓ ଆସନ ଆଣିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ,ଓଡିଶା ସରକାରଙ୍କ ପକ୍ଷରୁ ଏହି ଅଭିନବ ଶିକ୍ଷାବ୍ୟବସ୍ଥା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.