Home ଅନୁଗୁଳ ଏମ୍‌.ସି.ଏଲ ଅନନ୍ୟା ମହିଳା ମଣ୍ଡଳ ତରଫରୁ ଜଳଛତ୍ର ସ୍ଥାପନ

ଏମ୍‌.ସି.ଏଲ ଅନନ୍ୟା ମହିଳା ମଣ୍ଡଳ ତରଫରୁ ଜଳଛତ୍ର ସ୍ଥାପନ

69

ତାଳଚେର,୨୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ସ୍ଥାନୀୟ ସାଉଥ ବଲଣ୍ଡାଠାରେ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି । ଏହି ଜଳଛତ୍ରକୁ ଅନନ୍ୟା ମହିଳା ମଣ୍ଡଳର ଅଧ୍ୟକ୍ଷା ସନ୍ଧ୍ୟା ବ୍ରହ୍ମପୁରକର ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ପାଇଁ ଥଣ୍ଡା ପାନୀୟଜଳ,ତରଭୁଜ,ଲସି ଆଦି ପ୍ରଦାନ କରାଯାଇଥିଲା । ଲୋକମାନଙ୍କର ସେବା କରିବା ସମୟରେ ମାସ୍କ, ସାନିଟାଇଜାର ଓ ସାମାଜିକ ଦୂରତ୍ୱ ଭଳି ସମସ୍ତ ଆବଶ୍ୟକୀୟ ବିଷୟ ପ୍ରତି ସତର୍କତା ଅବଲମ୍ବନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.