Home ଓଡ଼ିଶା ରୂପକାର ସେବକମାନଙ୍କ ଦ୍ୱାରା ଗୁଜ ରେ ସିଂହବରାଳ ରୂପ ଖୋଦେଇ ଓ ପଲିସ୍ କାମ ଚାଲୁ...

ରୂପକାର ସେବକମାନଙ୍କ ଦ୍ୱାରା ଗୁଜ ରେ ସିଂହବରାଳ ରୂପ ଖୋଦେଇ ଓ ପଲିସ୍ କାମ ଚାଲୁ ରହିଛି

179

ପୁରୀ, ୨୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରଥଖଳାରେ ୩ ରଥର ଚଉପଟ ହୋଇ ରହିଥିବା ୫ ଦଣ୍ଡାରେ ଗତକାଲି ମହାରାଣା ସେବକ ମାନଙ୍କ ଦ୍ୱାରା ୩ ରଥର ଦଣ୍ଡାରେ ମୁହାଂଟ ଲାଗି ହୋଇଛି। ମୁହାଂଟ ଲାଗିସାରିବା ପରେ ମୁହାଂଟ ଉପରେ ସାଲଗୁଜ ଲାଗି ହୋଇ ନିରାଡ ଉଠିଛି। ଏହାପରେ ଦଣ୍ଡା ଦେହରେ କୁଡୁକା ଫିଟିଙ୍ଗ୍ ହୋଇ ପାର୍ଶ୍ୱ ଦଣ୍ଡା ଲାଗିଛି। ରୂପକାର ସେବକ ମାନଙ୍କ ଦ୍ୱାରା ଗୁଜରେ ସିଂହ ବରାଳ ରୂପ ଖୋଦେଇ ଏବଂ ପଲିସ୍ କାମ ଜାରି ରହିଛି। ଏଥି ସହ ନାଟ ଗୋଡରେ ରାହୁ ମୂର୍ତି ଅଙ୍କନ ସହ ଖୋଦେଇ କାମ ଚାଲିଛି। ଦୋଳବେଦୀ ରେ ନନ୍ଦିଘୋଷ ରଥର ଓଲା ଗୟଳ ଚିରଟ କାର୍ଯ୍ୟ କରତି ସେବକମାନଙ୍କ ଦ୍ୱାରା ଜାରି ରହିଛି। ଦୋଳବେଦୀ ଠାରେ ଅସ୍ଥାୟୀ ଶାଳରେ ଓଝା ସେବକମାନଙ୍କ ଦ୍ୱାରା ଆବଶ୍ୟକୀୟ ପରିମାଣ ଦଣ୍ଡା କଂଟା ଗୟଳ କଂଟା ଯୋଖା ଏବଂ ଗୋଡ ଛାଲ କଂଟା ପ୍ରସ୍ତୁତ ଅବ୍ୟାହତ ରହିଛି। ସବୁଦିନ ପରି ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ରେ ସଂପୃକ୍ତ ସେବକମାନଙ୍କର ଥର୍ମାଲ ସ୍କିନିଙ୍ଗ୍ କରାଯାଇଥିଲା ଓ ସମସ୍ତ ସେବକ ସୁସ୍ଥ ରହିଥିବା ଜଣାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.