Home ଜିଲ୍ଲା ପରିକ୍ରମା ଛାତ୍ରଙ୍କ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟ ଓ ନେଷ୍ଟରେ ସଫଳତା : ଡାକ୍ତର ହୋଇ...

ଛାତ୍ରଙ୍କ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟ ଓ ନେଷ୍ଟରେ ସଫଳତା : ଡାକ୍ତର ହୋଇ ସେବା କରିବି

104

ବାହାନଗା,୧୭ା୧୦(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସରସତିଆ ଗ୍ରାମରେ ଜଣେ କୃତି ଛାତ୍ର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ମେଡ଼ିକାଲ (ନିଷ୍ଟ) ଓ ସର୍ବଭାରତୀୟ ବିଜ୍ଞାନ ଗବେଷଣା କେନ୍ଦ୍ର(ନେଷ୍ଟ)ରେ ଓପଳତାର ସହ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ୭୨୦ ମାର୍କରୁ ୬୩୦ ରଖି ଉର୍ତ୍ତୀର୍ଣ୍ଣ ହୋଇ ଥିବାରୁ ଡାକ୍ତର ହୋଇ ସେବା ଜନ ସେବା କରିବାକୁ ମନବଳାଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଗ୍ରାମର ଅନିରୁଦ୍ଧ ବେହେରା ଓ ସୁର୍ଣ୍ଣଲତା ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ଅନୁରାଗ (୧୯) ଜଣେ କୃତି ଛାତ୍ର । ସେ ଗ୍ରାମର ଡିଏନ ହାଇସ୍କୁଲ ଓ ଯୁକ୍ତ ଦୁଇ ବାଲେଶ୍ୱରର ନିଷ୍ଟ ଆବାସିକ ବିଜ୍ଞାନ କଲେଜରୁ୯୦%ରୁ ଉର୍ଦ୍ଧ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇ ଭୂବନେଶ୍ୱରରେ କୋଚିଂ ନେଉଥିଲେ । ତେବେ ସେ ଚଳିତ ବର୍ଷ ନିଟ ଓ ନେଷ୍ଟ ପରୀକ୍ଷାରେ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇ ନାମ ଲେଖାଇବାକୁ ଯୋଗ୍ୟତା ହାସଲ କରିଛନ୍ତି । ତେତେ ସେ ଦୈନିକ ୧୨ରୁ ୧୪ଘଣ୍ଟା ପରିଶ୍ରମର ଫଳ ବୋଲି ପ୍ରକାଶ କରିଛନ୍ତି । ଏଥିରେ ତାଙ୍କର ଜେଜେ ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବେହେରାଙ୍କୁ ଶ୍ରେୟ ଦେବା ସହ ଅନ୍ୟ ଶିକ୍ଷକ ଓ ଶୁଭେଚ୍ଛୁଙ୍କ ଆର୍ଶିବାଦ ଥିବା କହିଛନ୍ତି । ତେତେ ସେ ଜୀବନରେ ଜଣେ ସଫଳ ଡାକ୍ତର ହୋଇ ଜନସେବାରେ ନିୟୋଜିତ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.