Home ଓଡ଼ିଶା ଗୃହ ସଚିବ ଅଜୟ କୁମାର ଭାଲାଙ୍କ କାର୍ଯ୍ୟକାଳ ୨୨ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି

ଗୃହ ସଚିବ ଅଜୟ କୁମାର ଭାଲାଙ୍କ କାର୍ଯ୍ୟକାଳ ୨୨ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି

92

ନୂଆ ଦିଲ୍ଲୀ ୧୮-୧୦ (ଓଡ଼ିଆ ପୁଅ) କ୍ୟାବିନେଟର ଆପୋଏଣ୍ଟମେଣ୍ଟ କମିଟି ଗୃହ ସଚିବ ଅଜୟ କୁମାର ଭାଲାଙ୍କ କାର୍ଯ୍ୟକାଳ ନଭେମ୍ବର ୩୦, ୨୦୨୦ ରୁ ଅଗଷ୍ଟ ୨୨, ୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଅନୁମୋଦନ କରିଛି। ଏ ନେଇ କାର୍ମିକ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ତାଙ୍କର ଅବସର ନେବାର ତାରିଖ ଥିଲା ନଭେମ୍ବର ୩୦। ଶ୍ରୀ ଭାଲା ଗୃହ ସଚିବ ସମେତ DOPT ବିଭାଗର ସଚିବ ଭାବରେ ଅତିରିକ୍ତ ଦାୟିତ୍ତ୍ୱ ମଧ୍ୟ ରଖିଛନ୍ତି।

ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଭାଲାଙ୍କୁ ଅଗଷ୍ଟ ୨୦୧୯ ରେ ଗୃହ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.