Home ଜିଲ୍ଲା ପରିକ୍ରମା ଛତିଆ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ପଦବୀ ଖାଲି, ବର୍ଷରୁ ଊର୍ଦ୍ଧ୍ବ ହେଲା ପ୍ରାଣୀ ଧନ ନିରୀକ୍ଷକ...

ଛତିଆ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ପଦବୀ ଖାଲି, ବର୍ଷରୁ ଊର୍ଦ୍ଧ୍ବ ହେଲା ପ୍ରାଣୀ ଧନ ନିରୀକ୍ଷକ ଦ୍ବାରା ପରିଚାଳିତ ହେଉଛି

73

ଛତିଆ, ୨୫।୬ (ଓଡ଼ିଆ ପୁଅ /ଶରତ ନାୟକ) ଗତ ବର୍ଷ ମାର୍ଚ୍ଚ ମାସରୁ ଛତିଆ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତରଙ୍କ ପଦବୀ ଖାଲି ପଡିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ୧୩ ରୁ ଊର୍ଦ୍ଧ୍ବ ପଞ୍ଚାୟତର ‘ଗୋ’ ପାଳକ ଓ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଶୁ ଚିକିତ୍ସାଳୟଟି ବହୁ ପୂରାତନ। ଏହାର ଅଧିନରେ ୫ ଟି ପ୍ରାଣୀ ଧନ ନିରୀକ୍ଷକ କେନ୍ଦ୍ର ରହିଥିବା ବେଳେ ବ୍ଲକର ଛତିଆ ପଞ୍ଚାୟତ ଠାରୁ ଆରମ୍ଭ କରି, ବୈରୀ, ପାରିଆ, କାଇମାଟିଆ, ବନ୍ତଳା, ସୋଲର , ଶାଳପଡ଼ା, ନେଳିଆ, ଚମ୍ପାପୁର ସମେତ କଟକ ଜିଲା ମାହାଙ୍ଗା ବ୍ଲକର ସମସରପୁର କଇଥା ଓ ଟାଙ୍ଗି ବ୍ଲକର ମାଗୁରାକୁ ମିଶାଇ ୧୩ ରୁ ଊର୍ଦ୍ଧ୍ବ ପଞ୍ଚାୟତର ଗୋ ପାଳକ ଓ ଚାଷୀମାନେ ଉକ୍ତ ପଶୁ ଚିକିତ୍ସାଳୟ ଉପରେ ନିର୍ଭର କରି ଥାନ୍ତି। କିନ୍ତୁ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ଏଠାରେ ଥିବା ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ପଦବୀଟି ଖାଲି ପଡିଛି। ଫଳରେ ବରୁଣିଆ ପ୍ରାଣୀଧନ ନିରୀକ୍ଷକଙ୍କୁ ଏଠାରେ କାମଚଳା ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି।

ଯାହା ଫଳରେ ଏହା ଉପରେ ନିର୍ଭର କରୁଥିବା ୧୩ ଟି ପଞ୍ଚାୟତରୁ ଊର୍ଦ୍ଧ୍ବ ‘ଗୋ’ ପାଳକ ଓ ଚାଷୀ ସେମାନଙ୍କ ପ୍ରାଣୀମାନେ ଗୁରୁତର ରୋଗରେ ପୀଡ଼ିତ ହେଲେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି। ଏପରିକି ଏହି ଚିକିତ୍ସାଳୟ ଅଧିନରେ ଥିବା ପଶୁଧନ ନିରୀକ୍ଷକମାନେ ମଧ୍ୟ ଅସୁବିଧା ସମୟରେ ଆବଶ୍ୟକ ପରାମର୍ଶ ପାଇ ପାରୁନଥିବା ସହିତ ପ୍ରାଣୀ ମାନଙ୍କୁ ଠିକ୍ ଭାବେ ଚିକିତ୍ସା ଯୋଗାଇ ପାରୁ ନଥିବା କାରଣରୁ ଅନେକଙ୍କ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ସରକାର ଚାଷୀମାନଙ୍କ ଊନ୍ନିତ କଥା କହିବା ସହିତ ‘ଗୋ’ ସମ୍ପଦ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି, କିନ୍ତୁ ଗତ ବର୍ଷ ମାର୍ଚ୍ଚ ମାସରୁ ଏଠାରେ ପ୍ରାଣୀ ଚିକିତ୍ସକ ପଦବୀ ଖାଲି ପଡିଥିବା କାରଣରୁ ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଋତୁ, ଏହି ସମୟରେ ପ୍ରାଣୀ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଡାକ୍ତର ପଦବୀ ଖାଲି ଯୋଗୁଁ ଉପଯୁକ୍ତ ଚିକିତ୍ସା ମିଳିବା ଅସମ୍ଭବ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲାପାଳ ଓ ସ୍ଥାନୀୟ ଲୋକ ପ୍ରତିନିଧି ଏହା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ଭାବେ ଜଣେ ଚିକିତ୍ସକଙ୍କୁ ନିଯୁକ୍ତ କରିବା ପାଇଁ ଚାଷୀ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.