Home ଖୋର୍ଦ୍ଧା ମଲ୍ଲିକ ଗାର୍ଡେନରେ ଜଟଣୀ ବିଧାୟକଙ୍କ ପ୍ରେସ ମିଟ : ନନ୍ଦନକାନନ, ଚୁଡ଼ଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର...

ମଲ୍ଲିକ ଗାର୍ଡେନରେ ଜଟଣୀ ବିଧାୟକଙ୍କ ପ୍ରେସ ମିଟ : ନନ୍ଦନକାନନ, ଚୁଡ଼ଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିକାଶ ପାଇଁ ଦାବି

66

ମଲ୍ଲିକ ଗାର୍ଡ଼େନ/ନନ୍ଦନ କାନନ ୨୭.୬ (ଓଡ଼ିଆ ପୁଅ) “ଆଂଚଳିକ ବିକାଶ କମିଟି” ପକ୍ଷରୁ ଆଜି ମଲ୍ଲିକ ଗାର୍ଡ଼େନ, ନନ୍ଦନକାନନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ତଥା “ଆଂଚଳିକ ବିକାଶ କମିଟି”ର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ ବିଶ୍ୱପ୍ରସିଦ୍ଧ ନନ୍ଦନକାନନକୁ ଅଧିକ ଆକର୍ଷଣୀୟ କରିବାପାଇଁ ଏବଂ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହାର ସୌନ୍ଦର୍ଯ୍ୟକରଣର ବୃଦ୍ଧି ନିତାନ୍ତ ଆବଶ୍ୟକୀୟ ହୋଇପଡ଼ିଛି। ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରତି ରାଜ୍ୟ ସରକାର ସଠିକ୍ ଦୃଷ୍ଟି ଦେଉନାହାନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି। ଅନେକ ସମୟରେ ଏଠାରେ ପଶୁ ଓ ପକ୍ଷୀ ମଡ଼କକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତୁରନ୍ତ ତତ୍ପରତା ପରିଲକ୍ଷିତ ହେଉନାହିଁ। ସେମାନଙ୍କ ତୁରନ୍ତ ଚିକିତ୍ସା ପ୍ରତି ସରକାର ସଚେତନ ରୁହନ୍ତୁ। ନୂତନ ପଶୁପକ୍ଷୀ ଓ ସରିସୃପ ଏବଂ ସର୍ପ ଅଣାଯାଇ ସେମାନଙ୍କର ରହିବା ନିମନ୍ତେ ଅଧିକ ଘର, ବିଦ୍ୟୁତ କରଣ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉ।

ଐତିହାସିକ ଚୁଡ଼ଙ୍ଗଗଡ଼କୁ ନନ୍ଦନକାନର ପରିସରଭୁକ୍ତ କରାଯାଉ ଏବଂ ଏହାର ସୌନ୍ଦର୍ଯ୍ୟକରଣ କରାଯାଉ। ନନ୍ଦନକାନନ ହ୍ରଦ ନନ୍ଦନକାନନର ଶୋଭାବର୍ଦ୍ଧନ କରେ ଏବଂ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ର ଥିଲା। ଏହାର ପୁନଃରୁଦ୍ଧାର କରାଯାଇ ବୋଟ ଚଲାଯାଉ ଏବଂ ରୋପୱେକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଉଛି। ଟୟ ଟ୍ରେନ ମଧ୍ୟ ଅଚଳ ହୋଇପଡ଼ିଛି। ଏହାକୁ କାର୍ଯ୍ୟକ୍ଷମ କରାଯାଉ। ଚନ୍ଦକା ଏଲିଫ୍ୟାଣ୍ଟ ସ୍ୟାଙ୍କଚୁରିର ପାଚେରୀକୁ ଉଚ୍ଚ କରାଯାଉ ଏବଂ ତାକୁ ଦୃଢ଼ କରାଯାଉ। କାରଣ ହାତୀ ବାହାରି ସ୍ଥାନୀୟ ଅନ୍ଧାରୁଆ, ଘଙ୍ଗାପାଟଣା, ଜାମୁଝରି ଓ କଂଟାବାଡ଼ ପ୍ରଭୃତି ଗାଁରେ ପଶୁଛନ୍ତି। ଚନ୍ଦକା ରିଜର୍ଭ ଫରେଷ୍ଟକୁ ଅଧିକ ଆକର୍ଷଣୀୟ କରିବାକୁ ବ୍ୟାପକ ବୃକ୍ଷରୋପଣ କରାଯାଉ। ମୁଖ୍ୟ କଥା ଏହିକିଯେ ଦାରୁଠେଙ୍ଗରେ ରହିଥିବା ଡଂପିଂୟାର୍ଡ଼ରୁ ମାତ୍ର ୨୦ ପ୍ରତିଶତ ଖାଲି କରାଯାଇଛି। ଏହିବର୍ଷ ଶେଷସୁଦ୍ଧା ସଂପୂର୍ଣ୍ଣ ଡଂପିଂୟାର୍ଡ଼କୁ ସରକାର ସ୍ଥାନାନ୍ତରଣ କରିବାକୁ କମିଟି ପକ୍ଷରୁ ଦାବି କରାଯାଉଛି। ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏଠାରେ ଏକ ବଗିଚା କରାଯାଉ।

ଏହି କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷ ପ୍ରଭାତ ମଲ୍ଲିକ, ଉପାଧ୍ୟକ୍ଷ ତପନ ଚକ୍ରବର୍ତୀ, ସଂପଂଦକ ତପନ କୁମାର ବଳିଆରସିଂ, କୋଷାଧ୍ୟକ୍ଷ ଅଭୟ ସାମନ୍ତରାୟ, ମନ୍ମଥ ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଲିଙ୍ଗରାଜ ସାହୁ, ଦୁଃଶାସନ ସ୍ୱାଇଁ, ଅନ୍ତର୍ଯ୍ୟାମୀ କୁଅଁର, ସୁବାସ ପାତ୍ର, କବିରାଜ ବିଧାର, ନୃସିଂହ ରାଉତ, ଡାକ୍ତର ବେହେରା, ପ୍ରତାପ ରାଉତ, ଗନ୍ଧର୍ବ ବେହେରା, ସଂଗ୍ରାମ ରାଉତରାୟ , କାର୍ତିକ ବେହେରା, ନଗେନ ସିଂ, ବିଜୟ ଗଡ଼ବାଡ, ଗୋକୁଳି ସାମନ୍ତରାୟ , ରବି ହରଚିନ୍ଦନ, ଭାସ୍କର ସେନାପତି ଧନେଶ୍ୱର ରାଉତରାୟ, ଦିଲ୍ଲୀପ କୁମାର ପ୍ରଧାନ, ଅଜିତ ଶ୍ରୀଚନ୍ଦନ, ସରୋଜ ନାୟକ, ଧନୁର୍ଦ୍ଧର ସୁନ୍ଦରାୟ, ବିରଜା ସାମନ୍ତରାୟ, ଅକ୍ଷୟ ପାହାଡ଼ସିଂ, ଅମୀୟ ରଞ୍ଜନ ସ୍ୱାଇଁ , ସୁକୁରି କୁମାର ସ୍ୱାଇଁ, କୃଷ୍ଣ ସୁନ୍ଦରାୟ, ଲିଟୁ ପ୍ରଧାନ, ମନମଥ ଛୋଟରାୟ, ଶ୍ରୀପତି ବଡ଼ଜେନା, କୃଷ୍ଣ ବେହେରା, ପ୍ରଶାନ୍ତ ରାଉତରାୟ, ଅବିନାଶ ଭୋଇ, ସଚ୍ଚି ଚୌଧୁରୀ, କୁନା ନାୟକ, ପ୍ରଦୀପ ବଳିଆରସିଂ, ରାଜା ପ୍ରଧାନ, ଶିବାଶିଷ ନରେନ୍ଦ୍ର, ତାପସ କୁମାର ନରେନ୍ଦ୍ର, ଦେବାଶିଷ ନରେନ୍ଦ୍ର, ପ୍ରଫୁଲ୍ଲ ସାହୁ, ସାର ବେହେରା, ଗଗନ ଜେନା, ପ୍ରମୋଦ ବଡ଼ଜେନା, ଜ୍ୟୋତିର୍ମୟୀ ଛୋଟରାୟ, ଛେନୁ ପଟ୍ଟନାୟକ, ସୁଧାଂଶୁ ମହାରଣା, ସୁନିଲ ରାଉତରାୟ, ରଶ୍ମିତା ନାୟକ, ରଶ୍ମିରଞ୍ଜନ ପାଟ୍ଟଶାହାଣୀ, ସାକିରା ଆବ୍ରରାର, ବାବୁଲି ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.