Home କଟକ ରିତୋ ପଂଚାୟତ ପ୍ରାକ୍ତନ ସରପଞ୍ଚଙ୍କ ପରଲୋକ

ରିତୋ ପଂଚାୟତ ପ୍ରାକ୍ତନ ସରପଞ୍ଚଙ୍କ ପରଲୋକ

36

ସାଲେପୁର, ୨୭/୦୬ (ଓଡ଼ିଆ ପୁଅ /ଅଭୟ ଜେନା) ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ପଂଚାୟତର ପୂର୍ବତନ ସରପଞ୍ଚ, ଚିତ୍ରୋତ୍ପଳା ସାଇଫୋନ ସେତୁ ଆନ୍ଦୋଳନର ଅନ୍ୟତମ ସଦସ୍ୟ ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ର ୮୧ବର୍ଷ ବୟସ ରେବୁରୁଡ଼ା ବାସଭବନରେ ପରଲୋକ ହୋଇଯାଇଛି।ସେ ଜଣେ ମିଷ୍ଟଭାଷି, ଲୋକପ୍ରିୟ ଓ ପରୋପକାରୀ ବ୍ୟକ୍ତି ଥିଲେ।

ତାଙ୍କ ବିୟୋଗ ରେ ସ୍ଥାନୀୟ ସରପଞ୍ଚ ସୁଜାତା ପଣ୍ଡା, ପ୍ରାକ୍ତନ ସରପଞ୍ଚ ଧ୍ରୁବ ଚରଣ ମହାନ୍ତି, ସୁକାନ୍ତ ବେହେରା, ରତିକାନ୍ତ ସାହୁ, ସେକ ସଲାଉଦ୍ଦିନଖାଁ, ବସନ୍ତ ପ୍ରଧନ, ନବକିଶୋର ପ୍ରଧାନ, ୱାର୍ଡ ସଭ୍ୟ ଶାନ୍ତିଲତା ଭୋଇ, ସମାଜସେବୀ ତ୍ରୈଲୋକ୍ୟ ପଣ୍ଡାପ୍ରମୁଖ ଶୋକ ପ୍ରକାଶ କରି ଛନ୍ତି।ପୁତୁରା ଅଶୋକ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ।

ଅନ୍ତିମ ସଂସ୍କାର ସମୟରେ ସମସ୍ତ ପବରବର୍ଗ ଓଆତ୍ମୀୟ ଉପସ୍ଥିତ ଥିଲେ।ତାଙ୍କ ବିୟୋଗ ରେ ବରିଷ୍ଠ ସାମ୍ୱାଦିକ ଅଭୟ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.