Home କେନ୍ଦୁଝର ଚୋରୀ ଟ୍ରାକ୍ଟର ଡାଲା ଉଦ୍ଧାର

ଚୋରୀ ଟ୍ରାକ୍ଟର ଡାଲା ଉଦ୍ଧାର

78

ହାଟଡ଼ିହି, ୩ /୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡରେ ଟ୍ରାକ୍ଟର, ଟ୍ରାକ୍ଟର ଡାଲା ଓ ପାଣିଟାଙ୍କି ଚୋରୀ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଘସିପୁରା ପୁଲିସ ଏହାର ଏକ ରଞାକେଟକୁ ଧରିବାରେ ସଫଳ ହୋଇଛି । ସୋସୋ ଥାନା ଢ଼େଙ୍କା ପଞ୍ଚାୟତର କଣିଆରୀ ଓ ନନ୍ଦିପଦା ଥାନା ବଡରମ୍ପାସରୁ ଚୋରୀ ଯାଇଥିବା ଟ୍ରାକ୍ଟର ଡାଲାକୁ ପୁଲିସ ଜବଦ କରିବାରେ ସଫଳ ହୋଇଛି । ଏହି ଘଟଣାରେ ପୁଲିସ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଖବରରୁ ଜଣାଯାଇଛି ଯେ ଘସିପୁରା ଥାନା ଏସ.ଆଇ ବିଶ୍ୱଜିତ ବେହେରା ଦେଓଗାଁର ଏକ ଟ୍ରାକ୍ଟର ଚୋରୀ ଘଟଣାର ତଦନ୍ତ କରୁଥିବାବେଳେ ସନ୍ଦେହଜନକ ଭାବେ ଏକ ଟ୍ରାକ୍ଟର ଇଞ୍ଜିନ ନେଇ ଯାଉଥିବା ହାଟଡିହି ଅଞ୍ଚଳର ଜଣେ ଯୁବକକୁ ଅଟକ ରଖିଥିଲା । ତାକୁ ପଚରା ଉଚୁରା କରିବାପରେ ସେ ଢ଼େଙ୍କା କଣିଆରୀ ଗାଁରୁ ଓ ବଡରମ୍ପାସରୁ ଦୁଇଟି ଟ୍ରାକ୍ଟର ଡାଲା ଚୋରୀ କରି ବିକ୍ରୀ କରିଥିବା ସ୍ୱୀକାର କରିଥିଲା । ପୁଲିସ ଦୁଇଟିଯାକ ଡାଲାକୁ ଉଦ୍ଧାର କରିବା ସହ ମାଲିକଙ୍କୁ ଡକାଇ ଡାଲା ଗୁଡିକୁ ଚିହ୍ନଟ କରାଇଛି । ର‌୍ୟାକେଟକୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.