Home କୋରାପୁଟ ଚୋରି ଅଭିଯୋଗରେ ନାବାଳକ ସମେତ ୪ଗିରଫ

ଚୋରି ଅଭିଯୋଗରେ ନାବାଳକ ସମେତ ୪ଗିରଫ

685

କୋରାପୁଟ ; ତା୦୨-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ପୁଲିସ୍ ଚୋରି ଅଭିଯୋଗରେ ଜଣେ ନାବାଳକ ସମେତ ୪ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଟାଉନ ତାନା ଗୌଡଗୁଡା ଗ୍ରାମର ବୁଦୁରା ଗୌଡ ଓରଫ ଖୁଡି(୩୦),ନରେନ୍ଦ୍ର ଗୌଡ(୨୫) ଓ ଧନୁର୍ଜୟ ଗୌଡ(୧୯) । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପୁଲିସ୍ ୬ଟି ମୋବାଇଲ ଫୋନ୍, ପାୱାର୍ ବ୍ୟାଙ୍କ,ଇୟର୍ ଫୋନ୍,ମୋବାଇଲ୍ ଚାର୍ଜର୍,କୁଟ୍ଟର୍ ଇତ୍ୟାଦି ଜବତ କରା ଯାଇଥିବା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ ୪ଜଣ କୋରାପୁଟ ସହରରେ ଥିବା ମୋବାଇଲ୍ ଦୋକାନ ଗୁଡିକରେ କାନ୍ଥ ଖୋଳି ବିଭିନ୍ନ ସମୟରେ ମୋବାଇ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଉଥିଲେ । ଗତ କିଛି ମାସ ମଧ୍ୟରେ ଟାଉନ ଥାନାରେ ଏପରି ଅନେକ ଅଭିଯୋଗ ଆସିଥିବାରୁ ପୁଲିସ ମାମଲା ତଦନ୍ତ କରି ତଦନ୍ତ ଚଲାଇଥିବାବେଳେ ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.