Home ଜିଲ୍ଲା ପରିକ୍ରମା ଚୋରି ଅଭିଯୋଗରେ ଜଣେ ଅଟକ

ଚୋରି ଅଭିଯୋଗରେ ଜଣେ ଅଟକ

22

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା କରଦା ଗ୍ରାମର ଅଶୋକ ଦାସଙ୍କ ଘରୁ ଚୋରି କରିବା ଆସି ଜଣେ ଧରାପଡିଛି । ଗତକାଲି ବିଳମ୍ବିତ ରାତିରେ ଅଶୋକଙ୍କ ଘର ସମ୍ମୁଖ ଗ୍ୟାରେଜରେ ଥିବା କାରର କାଚ ଭଙ୍ଗା ଶବ୍ଧ ଶୁଣିଥିଲେ । ଅଶୋକ ଝରକା ଖୋଲି ଦେଖିବା ବେଳକୁ ପ୍ରାୟ ୫/୬ଜଣ ଦୁର୍ବତ ସେମାନଙ୍କ କାରର କାଚକୁ ଭଙ୍ଗାରୁଜା କରୁଛନ୍ତି । ଅଶୋକ ଚିତ୍କାର କରିବାରୁ ତାଙ୍କ ପୁଅ ଓ ଗ୍ରାମବାସୀ ମାନେ ନିଦରୁ ଉଠିଥିଲେ । ଦୁର୍ବତମାନେ ଏମାନଙ୍କୁ ଦେଖି ଦୌଡିବାରୁ ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳର ଚନ୍ଦନ କରକୁ ଧରିବାରେ ସପଳ ହୋଇଥିଲେ । ପରେ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳେ ପହଂଚି ଚନ୍ଦନକୁ ଥାନାକୁ ଆଣିଛି । ତାଙ୍କ ସହିତ ଅନ୍ୟ ଯେଉଁମାନେ ଥିଲେ ସେମାନଙ୍କ ନାମ ମଧ୍ୟ ଚନ୍ଦନ ପ୍ରକାଶ କରିଛି । ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଏହି ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ମାମଲା ରୁଜୁ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.