Home ଜିଲ୍ଲା ପରିକ୍ରମା ଚୋରା ମଦ ବେପାର ବିରୋଧରେ ଥାନା ଓ ଅବକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା

ଚୋରା ମଦ ବେପାର ବିରୋଧରେ ଥାନା ଓ ଅବକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା

34

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଆରୁହା ଅଂଚଳରେ ଚୋରା ମଦ ବେପାର ବିରୋଧରେ ଆଜି ଏକାଧିକ ମହିଳା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି । ଏହି ମହିଳାଙ୍କର ଅଭିଯୋଗ ଅନୁସାରେ ଚୋରା ମଦ ବେପାର ଚାଲିବା ଦ୍ୱାରା ବହୁ ପରିବାରରେ କଳହ ଲାଗିବା ସହିତ ଅଶାନ୍ତି ଲାଗିରହୁଛି । ବିଦ୍ୟାଳୟକୁ ଯାଉଥିବା କୋମଳମତି ପିଲାମାନଙ୍କ ଉପରେ କୁପ୍ରଭାବ ପଡୁଛି । ଏହି ମହିଳାମାନେ ଥାନାରେ ଅଭିଯୋଗ କରିବା ପରେ ବାସୁଦେବପୁର ଅବକାରୀ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ ମଧ୍ୟ ସେଠାରେ ତାଲା ପଡିଥିବାରୁ ଅଭିଯୋଗ କରିଛନ୍ତି । ଅଗାମୀ ଦିନରେ ଯଦି ଚୋରା ମଦ ବେପାର ବନ୍ଦ ନକରାଯାଏ, ସେମାନେ ଆଇନ୍‌କୁ ହାତକୁ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.