Home ଜିଲ୍ଲା ପରିକ୍ରମା ସରପଞ୍ଚଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ, ଜଣେ ଗିରଫ

ସରପଞ୍ଚଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ, ଜଣେ ଗିରଫ

28

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଅଧୀନ ନୂଆନନ୍ଦ ଗ୍ରାମପଂଚାୟତ ସରପଞ୍ଚ ସୁଶାନ୍ତ ମଲ୍ଲିକଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ପୁଲିସ୍ ୩୭୧/୨୧ ମୋକଦ୍ଦମା ରୁଜୁ କରି ଅଭିଯୁକ୍ତ ହାଟୁଆରୀ ଗ୍ରାମର ବାୟା ଓରଫ ଭଗବାନ ଦାସକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ସରପଞ୍ଚ ଶ୍ରୀ ମଲ୍ଲିକ, ରମେଶ ବାରିକ ଓ ସୁକାନ୍ତ ବେହେରା ମଙ୍ଗଳବାର ଦିନ ପଂଚାୟତ କାର୍ଯ୍ୟ ସାରି କାର୍ଯ୍ୟାଳୟରେ ଶୋଇଥିଲେ । ଏହି ସମୟରେ ବିଳମ୍ବିତ ରାତିରେ ହାଟୁଆରୀ ଗ୍ରାମର ଭଗବାନ ଦାସ ଓ ସାବରଙ୍ଗ ଥାନା ତୋରଣପଦା ନୂଆସାହି ଗ୍ରାମର କୃପାସିନ୍ଧୁ ଦାସଙ୍କ ସହିତ ଅନ୍ୟ ୩ ଜଣ ସହଯୋଗୀ ସରପଞ୍ଚ ଶୋଇଥିବା ଘର ଗ୍ରୀଲ୍‌କୁ ଧକ୍କାମାରି ଜାତି ଉଠାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବନ୍ଧୁକରେ ଗୁଳିକରି ଜୀବନରୁ ମାରିଦେବାକୁ ଧମକ ଦେଇଥିଳେ ।

ସରପଞ୍ଚ ଶ୍ରୀ ମଲ୍ଲିକ ଓ ସରପଞ୍ଚଙ୍କ ସହ ଶୋଇଥିବା ଅନ୍ୟ ଦୁଇଜଣ ମୋବାଇଲ୍ ଫୋନ୍‌ରେ ଗ୍ରାମ ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଗ୍ରାମବାସୀ ପହଞ୍ôଚଯିବାରୁ ଭଗବାନ ଓ ତା ସହଯୋଗୀମାନେ ପଳାଇଥିଲେ । ସେମାନେ ଯିବାବେଳେ ମୋବାଇଲ୍ ଖସାଇ ପକାଇଥିଲେ । ପରଦିନ ସକାଳୁ ଭଗବାନର ପତ୍ନୀ ଗଜଲକ୍ଷ୍ମୀ ଦାସ ସରପଞ୍ଚ ପଂଚାୟତ କାର୍ଯ୍ୟାଳୟରେ ଥିବାବେଳେ ସରପଞ୍ଚ ଶ୍ରୀ ମଲ୍ଲିକଙ୍କୁ ତାଙ୍କ ସ୍ୱାମୀଙ୍କ ମୋବାଇଲ୍ ଫେରାଇ ଦେବାକୁ କହି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ଭଗବାନର ପତ୍ନୀ ଗଜଲକ୍ଷ୍ମୀ ଦାସ ବୁଧବାର ଦିନ ସକାଳେ ଭଦ୍ରକରୁ ଫେରୁଥିବାବେଳେ ତାଙ୍କୁ କେତେକ ବ୍ୟକ୍ତି ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଗଜଲକ୍ଷ୍ମୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂପର୍କରେ ୩୭୨/୨୧ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.