Home ଜିଲ୍ଲା ପରିକ୍ରମା କବି ହନିଫଙ୍କୁ ନାଇଜେରିଆ ସମ୍ମାନ

କବି ହନିଫଙ୍କୁ ନାଇଜେରିଆ ସମ୍ମାନ

37

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ଦେଶ ଓ ରାଜ୍ୟ ସମେତ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ବିଭିନ୍ନ ସମୟରେ ସମ୍ମାନୀତ ହୋଇ ଭଦ୍ରକ ଜିଲ୍ଳାର ଗୌରବ ଆଣିପାରିଛନ୍ତି ହନିଫ ସାହା । ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତ ନୂଆଗାଁ ଗ୍ରାମର ସାହିତ୍ୟ ସାଧକ ଓ କବି ମହମ୍ମଦ ହନିଫ ସାହା ପାଇଛନ୍ତି ଆନ୍ତର୍ଜାତୀୟ କବି ସମ୍ମାନ । ତା ୧୦/୦୧/୧୯୮୩ରେ ପିତା ଗୋଲାମ ରସିଦ୍ ସାହା, ମାତା ଅମିନା ବିବିଙ୍କ କୋଳମଣ୍ଡନ କରିଥିବା ହନିଫ ପେଶାରେ ରୋଗୀସେବା କରୁଥିଲେ ମଧ୍ୟ ନିଶା ତାଙ୍କର କବିତା ଓ ଗଳ୍ପ ଲେଖିବା । ବିଭିନ୍ନ ଜନସଚେତନତା ତଥା କୁ ସଂସ୍କାର ବିରୋଧି କବିତା ଲେଖି ସେ ବହୁ ପ୍ରଶଂସିତ । ତାଙ୍କ ଲେଖନି ମୁନରୁ ବହୁ କବିତା ଓ ଗଳ୍ପର ସୃଷ୍ଟି । ନାଇଜେରିଆର ୬୧ତମ ସ୍ୱାଧିନତା ଦିବସରେ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ୪୫୦ଜଣ କବିଙ୍କ ମଧ୍ୟରୁ ଶ୍ରେଷ୍ଠ ଭାବେ ତାଙ୍କୁ ମିଳିଛି ଏହି ଆନ୍ତର୍ଜାତୀୟ ସମ୍ମାନ । କବି ହନିଫ ଏହାଛଡ଼ା ରାଇଟର ଆୱାର୍ଡ଼- ୨୦୨୦, ଗଞ୍ଜାମ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ କବି ସମ୍ମାନ ସହ ବହୁ ଜାତୀୟ ତଥା ଆନ୍ତର୍ଜାତୀୟ ଅନୁଷ୍ଠାନରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ । ଓଡ଼ିଆ ଭାଷାରେ ଗଜଲ ଲେଖି ସେ ସର୍ବଜନାଦୃତ । କବି ଭାବରେ ରାଜ୍ୟ ତଥା ନାଇଜେରିଆ ସମେତ ଭୁଟାନ, ୟୁଏସ୍‌ଏ ଓ ଦକ୍ଷିଣ ଆଫ୍ରିକା ଭଳି ବିଭିନ୍ନ ଦେଶରୁ ସେ ସମ୍ମାନୀତ ଓ ପ୍ରଶଂସିତ । ନାଜେରିଆ ସମ୍ମାନ ପାଇ ସେ ଆମ ଧାମନଗର ଅଂଚଳ ସହିତ ରାଜ୍ୟ ଓ ଦେଶର ଗୌରବ ଆଣିଛନ୍ତି । ଏହି ସମ୍ମାନ ମିଳିବା ପରେ କବି ହନିଫଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.