Home ଅପରାଧ ଚୋରା ବାଇକ ଉଦ୍ଧାର, ଚୋର କୋର୍ଟ ଚାଲାଣ

ଚୋରା ବାଇକ ଉଦ୍ଧାର, ଚୋର କୋର୍ଟ ଚାଲାଣ

340

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ପୁଲିସ ଆଜି ଜଣେ ବାଇକ ଚୋରକୁ କୋର୍ଟ ଚାଲାଣ କରିବା ସହ ଚୋରି କରିଥିବା ୨ଟି ବାଇକୁ ଉଦ୍ଧାର କରିଛି । ଯାଜପୁରରୋଡ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ଶ୍ରୀକାନ୍ତ ଓରଫ ଚଗୁଲୁକୁ ମାମଲା ୨୪୫/୧୯ ଦଫା ୩୭୯ରେ କୋର୍ଟ ଚାଲାଣ କରାଯାଇଛି । ଗତ ୧୫ ତାରତିଖ ଶଙ୍ଖଚିଲା ହାଟରେ ଜଣେ ବାଇକ୍ ଚୋର ଧରାପଡିବା ପରେ ସ୍ଥାନୀୟ ଲୋକ ଅଭିଯୁକ୍ତକୁ ଚୋରକୁ ନିସ୍ତୁକ ଛେଚିବା ପରେ ପୁଲିସ୍ ଜିମା ଦେଇଛନ୍ତି । ଘଟଣା ମୁତାବକ ପାଣିକୋଇଲି ଥାନା ତଣ୍ଡରା ପଂଚାୟତ ଅନ୍ତର୍ଗତ ବରେଇ ଗ୍ରାମର ବାବାଜି ସାହୁଙ୍କ ପୁଅ ପ୍ରଶାନ୍ତଙ୍କର ଶଙ୍ଖଚିଲା ହାଟରୁ ଏକ ବାଇକ୍ (ଓଡି ୩୪ କେ ୯୮୬୫) ଚୋରି ହୋଇଥିଲା । ବହୁ ଖୋଜାଖୋଜି କରି ପ୍ରଶାନ୍ତ ବାଇକ୍‌ଟିକୁ ନପାଇବାରୁ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରିଥିଲେ । ବ୍ୟାସନଗର ପୌରାଂଚଳ ମୁଣ୍ଡମାଳ ଠାରେ ଉକ୍ତ ବାଇକ୍‌ଟି ଏକ ଗ୍ୟାରେଜରେ ରହିଥିବାର ପ୍ରଶାନ୍ତଙ୍କ କିଛି ସମ୍ପର୍କୀୟ ଦେଖି ପ୍ରଶାନ୍ତଙ୍କୁ ଖବର ଦେଇଥିଲେ । ଶ୍ରୀକାନ୍ତ ବାଇକ୍‌ଟିକୁ ସଜାଡିବାକୁ ସେଠାରେ ଦେଇଥିବା ଜାଣିବାକୁ ପାଇଥିଲେ । ପ୍ରଶାନ୍ତ ଓ ତାଙ୍କ ସମ୍ପର୍କୀୟ ଶ୍ରୀକାନ୍ତର ପିଛା କରି ଶଙ୍ଖଚିଲା ହାଟରେ ତାକୁ କାବୁ କରିଥିଲେ । ହାଟରେ ଅଭିଯୁକ୍ତ ଶ୍ରୀକାନ୍ତକୁ ସ୍ଥାନୀୟ ଲୋକ ନିସ୍ତୁକ ପିଟିବା ପରେ ପୁଲିସ୍ ଜିମା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.