Home ଅପରାଧ କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ୨ ଯୁବକ ଜେଲ ଗଲେ

କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ୨ ଯୁବକ ଜେଲ ଗଲେ

280

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ପୁଲିସ ଆଜି ଦୁଇ ରୋଡ ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଜୁଂର ହେବାରୁ ସେମାନଙ୍କୁ ରଗଡି ଜେଲ ଯିବାକୁ ପଡିଛି । ପ୍ରକାଶଯେ କୋରାଇ ଥାନା ଅନ୍ତର୍ଗତ ଜଣେ ଝିଅ କୋରାଇ କଲେଜରେ ପଢା ସାରି ଘରକୁ ସାଇକେଲ ଯୋଗେ ଫେରିବା ବାଟରେ ଫାଜଲପୁର ଗ୍ରାମ ନିକଟରେ ସୁମନ ରଣା ଓ ଅବିନାଶ ସାହୁ ନାମକ ଦୁଇ ଜଣ ଯୁବକ ତାକଙ୍କୁ ଅଶ୍ଲୀଳ ଇଂଙ୍ଗିତ କରିବା ସହ ନାନଦି କମେଂଟ କରିଥିଲେ । କଲେଜ ଛାତ୍ରୀ ଏହାର ପ୍ରତିବାଦ କରିବାରୁ ଘଟଣାସ୍ଥଳେ ଲୋକମାନଙ୍କ ଭିଡ ଜମିଥିଲା । ଖବରପାଇ କୋରାଇ ପୁଲିସ ଘଟଣାସ୍ଥଳେ ପହଂଚି ଯୁବକ ଦ୍ୱୟକୁ ଥାନାକୁ ଧରି ଆଣିଥିଲା । ନାବାଳିକାର ଅଭିଯୋଗ ମୁତାବକ ଏକ ମାମଲା ୩୦୫/୧୯ ରୁଜ୍ଜୁ କରାଯାଇ ଦଫା ୨୯୪, ୩୪୧, ୩୫୪, ୪୨୭, ୩୪ ଆଇପିସି ୧୨ ପୋସ୍କୋ ଆକ୍ଟରେ ସୁମନ ଓ ଅବିନାଶକୁ କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.