Home ଓଡ଼ିଶା ଯୋଡା ପୌରପାଳିକାରେ ‘ମୋ ସରକାର’ ପ୍ରକୋଷ୍ଠ ଉନ୍ମୋଚିତ

ଯୋଡା ପୌରପାଳିକାରେ ‘ମୋ ସରକାର’ ପ୍ରକୋଷ୍ଠ ଉନ୍ମୋଚିତ

88

ାା ଯୋଡା, ୧୭/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମଙ୍ଗଳବାର ଅପରାହ୍ନରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ଠାରେ ଶାସନ ବ୍ୟବସ୍ଥାକୁ ଲୋକ କେନ୍ଦ୍ରୀକ କରିବା, ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ମର୍ଜ୍ୟାଦା ସହ ସେବା ଯୋଗାଇଦେବା, ସରକାରୀ କାର୍ଯ୍ୟାଳୟରେ ଉତ୍ତମ ବ୍ୟବହାର ଓ ବୃତିଗତ ଆଚରଣକୁ ପ୍ରୋତ୍ସାହିତ କରିବା, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନାଗରୀକମାନଙ୍କ ଠାରୁ ସିଧାସଳଖ ସରକାରୀ କାର୍ଯ୍ୟାଳୟ ବିଷୟରେ ମତାମତ ଗ୍ରହଣ ବ୍ୟବସ୍ଥାକୁ ସୁଚାରୁ ସମାଧାନ କରିବା ନିମନ୍ତେ ‘ମୋ ସରକାର” ନାମକ ଏକ ପ୍ରକୋଷ୍ଠ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଯାଇଛି । ଏହି ପ୍ରକୋଷ୍ଠରେ ଯୋଡା ପୌରାଞ୍ଚଳର ଜନସାଧାରଣ ତୁରନ୍ତ ସରକାରୀ ସୁବିଧା ପାଇପାରିବେ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପ୍ରକୋଷ୍ଠରେ ଖେପା ସିଂ ନାମକ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଯୋଡା ଜନସାଧାରଣ ପାନୀୟ ଜଳର ସମସ୍ୟା, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ, ଗୃହ ନିର୍ମାଣ ନିମନ୍ତେ ନୂତନ ନକ୍ସା ଆବେଦନ କିମ୍ବା ନବୀକରଣ, ସହରାଞ୍ଚଳ ଆବାସ ଯୋଜନାର ଯେ କୌଣସି ସମସ୍ୟା ନେଇ ତ୍ୱରୀତ ସହାୟତା ପାଇପାରିବେ ବୋଲି ଜଣାପଡିଛି । ଏହି ଉତ୍ସବରେ ପୌରପାଳିକାର ସମସ୍ତ କର୍ମଚାରୀ, ଯୋଡା ଗଣମାଧ୍ୟମ ପ୍ରତିନିଧି ଏବଂ ସହରର ବରିଷ୍ଠ ନାଗରୀକମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.